ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଗ୍ରାମର ଜଣେ ଶ୍ରମିକ ବାଙ୍ଗାଲୋରରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତ ଶ୍ରମିକ ଜଣକ ଗ୍ରାମର ମାଧବ ମାଝୀଙ୍କ ପୁଅ ଲାଲୁ ମାଝୀ(୩୨) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଲାଲୁ ଦିର୍ଘ ୮ବର୍ଷରୁ ଉର୍ଦ୍ଧ୍ବ ହେବ ବାଙ୍ଗାଲୋର ସହରର ଘୋରାପାଲି ଠାରେ ଲୋକାଲ କାମରେ ଶ୍ରମିକ ଭାବେ କାମ କରି ଆସୁଥିଲେ। ତେବେ କିଛିଦିନ ତଲେ ନିଜ ଗାଁକୁ ଫେରି ଗତ ୧୫ ଦିନ ତଲେ ପୁଣି ବାଙ୍ଗାଲୋର ଫେରିଯାଇ କାମରେ ଲାଗିଥିଲେ। ହେଲେ ମଙ୍ଗଳବାର ଦିନ ଲାଲୁଙ୍କୁ ଜ୍ବର ହେବା ପରେ ଠିକାଦାର ତାଙ୍କୁ ନିକଟସ୍ଥ ମେଡିକାଲ ନେଇ ଡାକ୍ତରଙ୍କୁ ଦେଖାଇବ ଔଷଧ ପତ୍ର ନେଇ ରହୁଥିବା ସ୍ଥାନକୁ ଫେରିଥିଲେ। ତେବେ ଲାଲୁ ରାତିରେ ସେ ରହୁଥିବା ଘରେ ମୃତ୍ୟୁ ହୋଇଥିଲା। ତାଙ୍କ ପଡୋଶରେ ରହୁଥିବା କିଛି ଶ୍ରମିକ ସକାଳୁ ଏହା ଜାଣି ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିବା ପରିବାର ଲୋକଙ୍କ ପକ୍ଷରୁ ଜଣାଯାଇଛି।
ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ପୁରା ପରିବାର। ଏବଂ ବାଙ୍ଗାଲୋରରୁ ପୁଅର ମର ଶରୀର ଭିଟାମାଟିକୁ ଫେରେଇ ଆଣିବା ପାଇଁ ପରିବାର ଲୋକେ ବୁଧବାର ଆମପାଣି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।





