ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବୁଧବାର ସନ୍ଧ୍ୟା ସମୟରେ ବାଇକ ଦୁର୍ଘଟଣାରେ ୨ ଶଢୁ ଗୁରୁତର ହେବାରୁ ପ୍ରଥମେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସଇଁତଲା ପୋଲିସ ଘଟଣାସ୍ଥଳ ପହଂଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିଥିବା ଜଣାପଡିଛି। ପ୍ରକାଶ ଯେ, ସଇଁତଲା ଥାନା ବୁଢ଼ାବାହାଲ ପଞ୍ଚାୟତ ଧୂମାପାଲି ଗାଁର ସଂଗୀତ ରଣା (୨୬) ଓ ତାଙ୍କ ଶଢୁ ଦେଓଗାଁ ଥାନା ସାରେସବାହାଲ ଗାଁର ପ୍ରବୀଣ ରଣା (୨୮) ଦୁହେଁ ମିଶି ବାଇକ ଯୋଗେ ସଇଁତଲାରୁ କାମ ସାରି ଫେରୁଥିବା ସମୟରେ ନବୀନ ଛକ ପାଖରେ ଅନ୍ୟ ଏକ ବାଇକ ସହିତ ବଡ଼ ଧରଣ ଦୁର୍ଘଟଣା ହୋଇଛି।
ଉକ୍ତ ବାଇକରେ ତୁଷୁରା ଥାନା ଚିଚେଡ଼ ଗାଁର ଯୁଗଳ କିଶୋର ରଣା ଓ ଡୁଙ୍ଗୁରିପାଲି ଗାଁର ଲୁକେଶ ପ୍ରଧାନ ଦୁହେଁ ଟିଟିଲାଗଡ଼ ଯାଇ ସେମାନେ ମଧ୍ୟ ଫେରୁଥିଲେ। ସେ ଦୁହେଁ ମଧ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ସଂଗୀତ ଏବଂ ତାଙ୍କ ଶଢୁ ପ୍ରବୀଣଙ୍କ ଅବସ୍ଥା ସାଙ୍ଘାତିକ ଥିବା ଜଣାଯାଇଛି। ଖବର ପାଇଁ ସଇଁତଲା ପୋଲିସ ପିଏସଆଇ ରାଜେଶ ବେହେରା ଓ ଏଏସଆଇ ଥବିର ମହାରଣା ପହଂଚି ତଦନ୍ତ ଆରମ୍ଭ କରି ଉଭୟ ବାଇକକୁ ଜବତ କରିଥିବା ଜଣାପଡିଛି।