ପୂର୍ତ୍ତ ବିଭାଗ ରାସ୍ତା ଜାଗା ଚିହ୍ନଟ ଓ ପ୍ରଶସ୍ତି କରଣ ପାଇଁ ତହସିଲଦାରଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମୋଟେରରୁ ବାନେର ଯାଉଥିବା ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତି କାମ ଚାଲୁ ରହିଛି। ରାସ୍ତାର ସଂକୀର୍ଣ୍ଣତାକୁ ଦୃଷ୍ଟି ଦେଇ ଅଞ୍ଚଳ ବାସି ରାସ୍ତା ଜାଗା ଚିହ୍ନଟ ପାଇଁ ଶୁକ୍ରବାର କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଚିକିଲି ଓ ଲଡ଼ୁଗାଁ ପାଖରେ ଏହି ରାସ୍ତା ସଂକୀର୍ଣ୍ଣତା ହେଉଥିବା ଓ ପ୍ରଭାବ ଶାଳୀ ଲୋକେ ଅନଧିକାର କବଜା କରିଥିବାରୁ ବ୍ୟବସାୟ ବହୁଳ ଅଞ୍ଚଳରେ ସବୁବେଳେ ଟ୍ରାଫିକ ସମସ୍ୟା ଲାଗିରହିଛି। ଫଳରେ ଅଞ୍ଚଳରେ ଗମନା ଗମନ ସୁଗମ ହେଉନଥିବା ନେଇ ଲୋକେ ବିଭିନ୍ନ ସମୟରେ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି, ହେଲେ ଆଜି ଯାଏଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରି କୋକସରା ତହସିଲଦାରଙ୍କୁ ରାସ୍ତାଜାଗା ଚିହ୍ନଟ ପାଇଁ ଦାବିପତ୍ର ପ୍ରଦାନ କରି ଶୀଘ୍ର ଜାଗା ଚିହ୍ନଟ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲଡ଼ୁଗାଁକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଖୁବ ଶୀଘ୍ର ଆମେ ରାଜସ୍ବ ନିରୀକ୍ଷକ ମାନଙ୍କୁ ପଠେଇ ଜାଗା ଚିହ୍ନଟ କରିବୁବୋଲି ତହସିଲଦାର ନବୀନ କିଶୋର ପାଢ଼ୀ ପ୍ରତିଶୃତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ପ୍ରଧାନୀ ବାଗ, ପରମା ଜୁଏଡ଼, ଆମଲି ଚୌଧୁରୀ, ରମେଶ କୁମାର ସାହୁ, ରାକେଶ ନାଏକ, ରୁଷ୍ୟଶୃଙ୍ଗ ଜାଲ, ଭୁବନେଶ୍ୱର ଦୁର୍ଗା, କାମେଶ୍ୱର କୁମାର, ରୁକଚନ ବେମାଲ, ଭଗବାନ ପଟ୍ଟନାୟକ, ଓମ ପ୍ରକାଶ ଛତ୍ରିଆ, ତପନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.