ଭବାନୀପାଟଣା ବ୍ରଜବିହାରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରେଣୀ ପ୍ରାରମ୍ଭ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୯୦ ଜଣ ଭାଇଭଉଣୀ କୃଷ୍ଣ ବେଶରେ ବିଦ୍ୟାଳୟକୁ ଆସିଥିଲେ। ଦହି ହାଣ୍ଡି ଫଟା, ନୃତ୍ୟ, ଗୀତ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ପ୍ରବଚକ ସ୍ୱାମୀଜୀ ରାମଦାସ ରାମାୟଣୀ ଯୋଗ ଦେଇଥିଲେ। କୃଷ୍ଣରସ, ଭାଗବତ ଗୀତା ତତ୍ତ୍ୱ ଏହିପରି ଅନେକ କଥା କହିଥିଲେ। 

କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ଜୟରାମ ସାହୁ ଏବଂ ରଶ୍ମିତା ପଣ୍ଡାଙ୍କ ଦ୍ୱାରା ଓ ସହଯୋଗ କରିଥିଲେ ଶିବ ପ୍ରଧାନ, ସୁମତି ମୁଣ୍ଡ, ସନ୍ତୋଷିନୀ ଆଚାରୀ, ବନଶ୍ରୀ ଦାଶ, ଝୁନଲତା ସାମନ୍ତରାୟ, ରୁଦ୍ରନାରାୟଣ, ମୋନାଲିସା ମହାପାତ୍ର, ରଶ୍ମିତା ମିଶ୍ର ଜ୍ୟୋତିର୍ମୟୀ ମହାପାତ୍ର, ଲକ୍ଷ୍ମୀ ସାହୁ, ଅନିତା ପଣ୍ଡା, ସୁକାନ୍ତି ଗୌଡ଼, ଅୟସକାନ୍ତ ପତି, ରଶ୍ମିରେଖା ସାମନ୍ତ, ବାଟିକା ପ୍ରମୁଖ ସୁକାନ୍ତି ଦାଶ, ସସ୍ମିତା ଖମାରି, ଅଂଶୁ ମିଶ୍ର, ସୁଧାରଣୀ ପଣ୍ଡା, ଜ୍ୟୋତି ସାମଲ ପ୍ରମୁଖ। ଗୋଦାବରୀ ମିଶ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଶିଶୁମନ୍ଦିର ପ୍ରମୁଖ ମନୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟି ସୁରୁଖୁରୁରେ ପ୍ରତିପାଦନ ହୋଇପାରିଥିଲା ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.