ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ନର୍ଲାର ବିଭିନ୍ନ ମଠ ମନ୍ଦିର ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳିତ ହେଉଛି ସନାତନ ସଂସ୍କୃତିର ଏହି ମହାପାର୍ବଣ। ରୁପ୍ରାରୋଡ ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲଠାରେ ମଧ୍ୟ ସୋମବାର ସ୍କୁଲର ପ୍ରନ୍ସପାଲ କୈଳାଶ ସାଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ। ଏଥିରେ ସ୍କୁଲର ଭାଇସ ପ୍ରିନ୍ସପାଲ ରୋମାଞ୍ଚଳ ସାହୁ, ଶିକ୍ଷକ ଲମ୍ବୋଦର ଭୋଇ, ବିଭୁତି ଭୋଇ, ଶିକ୍ଷୟତ୍ରୀ ଅର୍ଚ୍ଚନା କୁମାର, ପୁଷ୍ପାଞ୍ଜଳି ମାଝୀ, ଶୋଭା ମଞ୍ଜରୀ ପଧାନ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ।