ଲେଖକ ରାଧାଶ୍ୟାମ ରାଉଳଙ୍କ ‘ଆପଣା କଲା କର୍ମମାନ’ ପୁସ୍ତକ ହେଲା ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କଟକର ଶ୍ରୀରାମଚନ୍ଦ୍ର ଭବନ ସଭାଗୃହରେ ଲେଖକ ରାଧାଶ୍ୟାମ ରାଉଳଙ୍କ ଦ୍ୱାରା ରଚିତ ବ୍ୟଙ୍ଗଗଳ୍ପ ସଂକଳନ ‘ଆପଣା କଲା କର୍ମମାନ’ର ଶୁଭ ଉନ୍ମୋଚନ ଉତ୍ସବ ଗତ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଜଗବନ୍ଧୁ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ବ୍ୟଙ୍ଗ ସ୍ରଷ୍ଟା ଜ୍ଞାନ ହୋତା ମୁଖ୍ୟ ବକ୍ତା, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କାଳୀପ୍ରସନ୍ନ ମହାପାତ୍ର ସମ୍ମାନିତ ଅତିଥି, ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ବିଜୟ କୁମାର ଶତପଥୀ, ବରେଣ୍ୟ ଅତିଥି ତଥା ପୁସ୍ତକ ସମୀକ୍ଷକ ଭାବେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ସିଦ୍ଧେଶ୍ ପବ୍ଲିଶିଙ୍ଗ୍ ହାଉସ୍ ଦ୍ୱାରା ପ୍ରକାଶିତ ‘ଆପଣା କଲା କର୍ମମାନ’ ପୁସ୍ତକକୁ ଅତିଥିମାନେ ବିଭିନ୍ନ ଦୃଷ୍ଟିକୋଣରୁ ସମୀକ୍ଷା କରିବା ସହ ରମ୍ୟ ଓ ବ୍ୟଙ୍ଗ ସାହିତ୍ୟର ଶୈଳୀ, ଧାରା ଉପଧାରା ଓ ପରମ୍ପରା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଲେଖିକା ଶକ୍ତିପ୍ରଦା ମହାପାତ୍ର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ, ଲେଖିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମନୋଜ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପୁସ୍ତକ ପ୍ରକାଶିକା ପ୍ରୀତିମୟୀ ପଣ୍ଡା ଧନ୍ୟବାଦ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଉତ୍ସବରେ ବିଶିଷ୍ଟ ରମ୍ୟରଚନାକାର ଡକ୍ଟର ନାରାୟଣ ମହାନ୍ତି, ସୌରାଂଶୁ ପଟ୍ଟନାୟକ, ଡକ୍ଟର ଧର୍ମଛଡା, ଦେବାଶିଷ ସାମନ୍ତରାୟ, ପ୍ରସନ୍ନ କୁମାର ସ୍ୱାଇଁ, ଭରତ ବେହେରା, ସ୍ମୃତି ପଟ୍ଟନାୟକ, ରବିନାରାୟଣ ଦାସ, ଅରୁଣା ସାମନ୍ତରାୟ, ବବିତା ଦାସ ମହାପାତ୍ର, ରାଜୀବ ଷଡ଼ଙ୍ଗୀ, ଲକ୍ଷ୍ମୀଛଡା, ବିନ୍ଦୁସାଗର ଓଝା, ସୁବ୍ରତ କୁମାର ମୁଖାର୍ଜୀ, ସନ୍ତୋଷ କୁମାର ସାମନ୍ତରାୟ, ଦେବଜ୍ୟୋତି ଦାସ, ତ୍ରିଲୋଚନ ବେହେରା, ସୁଶାନ୍ତ କୁମାର ସାହୁ, ନିରଞ୍ଜନ ପାତ୍ର,ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ, ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, କୋଷାଧ୍ୟକ୍ଷ ଶିବାଶିଷ କର, ପାଠାଗାର ସମ୍ପାଦକ,ବ୍ରହ୍ମାନନ୍ଦ ବିଶ୍ୱାଳ, କାର୍ଯ୍ୟନିର୍ବାହିଁକା ସମିତି ସଭ୍ୟ, ବ୍ରହ୍ମାନନ୍ଦ ମହାନ୍ତି, ଗାୟତ୍ରୀ ଦେବୀ, ସରୋଜିନୀ ମିଶ୍ର, ଶଶୀକାନ୍ତ ରାଉତ,ମୁରଲୀଧର ଶତପଥୀ,ତପନ କୁମାର ସ୍ୱାଇଁ, ଦିଲୀପ ଦାସ ଓ ଅନେକ ସାହିତ୍ୟିକ, ବୁଦ୍ଧିଜୀବୀ, ସଜ୍ଜନ ମଣ୍ଡଳୀ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.