ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର ୧୪ ନଂ ୱାର୍ଡରେ ଥିବା ସନସାଇନ ଇଣ୍ଟର ନେସନାଲ ଇଂରେଜି ମିଡ଼ିୟମ ସ୍କୁଲରେ ଛାତ୍ର, ଛାତ୍ରୀଙ୍କ ଦ୍ୱାରା ଜନାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଫୁଲ କୁମାର ରଥଙ୍କ ସଭାପତିତ୍ୱରେ ଆରମ୍ଭ କରା ଯାଇଥିଲା |
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଏ ରାଜ ଗୋପାଳ ରାଓ, ପ୍ରଶାନ୍ତ କୁମାର ପଟନାୟକ ଉପସ୍ଥିତ ଥିଲେ | ସ୍କୁଲର ଅଧକ୍ଷ ସୁନୀଲ କୁମାର ମହାନ୍ତିଙ୍କ ସଂଯୋଜନାରେ ଏହା ପରିଚାଳନା କରା ଯାଇଥିଲା | ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ବିଷୟ ଉପରେ ବର୍ଣ୍ଣନା କରିବା ସହ ବିଭିର୍ଣ୍ଣ ବେଶରେ ସୁସଜିତ ହୋଇ ପିଲାମାନେ ଯେଉଁ ଆନନ୍ଦ ଉଚ୍ଚାହରେ ନୃତ୍ୟ କରିବା ପାଇଁ ଆସିଥିଲେ ସେମାନଂକୁ ଦେଖି ଖୁସି ସମସ୍ତେ ହୋଇ ଯାଉଥିଲେ |
ପିଲାମାନେ ରାଧା, କୃଷ୍ଣ ବେଶରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଅଭିଭାବକ ଙ୍କୁମନ୍ତ୍ରମୁଗ୍ଧ କରିଦେଇଥିଲେ | ତେବେ ବିଶେଷ କରି ଛୋଟ, ଛୋଟ ପିଲାଙ୍କ ନୃତ୍ୟକୁ ଦେଖି ଅତିଥି ମାନଙ୍କ ସହ ସେମାନଙ୍କ ପିତା, ମାତା ମଧ୍ୟ ବିଭୋର ହୋଇ ଯାଇଥିଲେ | ଶେଷରେ ଦଧି ହାଣ୍ଡି ଭାଙ୍ଗି ଜଳଖିଆ ଓ ମିଷ୍ଟାନ ଖାଇ ସମସ୍ତେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ |