ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀବିହାର ଭବାନୀପାଟଣାଠାରେ ଜନ୍ମାଷ୍ଟମୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଠାରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର, ମାରୱାଡି ଯୁବା ମଞ୍ଚର ପୂର୍ବତନ ସଭାପତି,ପୂର୍ବତନ ଛାତ୍ର ବ୍ରଜ ବିହାର ଯୋଗଦାନ କରିଥିଲେ | ତତ ସହିତ ବିଦ୍ୟାଳୟର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଗିରିଜା ଶଙ୍କର ସାହୁ,ସଂକୁଳ ପ୍ରମୁଖ ଅଶୋକ ସିଂ, ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ଉପସ୍ଥିତ ରହି ମା ସରସ୍ବତୀଙ୍କ ନିକଟରେ ଜ୍ଞାନର ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ |

Omkar Vasthu
Omkar Vasthu

ପୂଜ୍ୟ ଲକ୍ଷ୍ମାନନ୍ଦଜୀଙ୍କ ତିରୋଧାନ ଦିବସ ଅବସରରେ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ପୁଷ୍ପାର୍ଚନା କରାଯାଇଥିଲା | ଗୁରୁଜୀ ଗୁରୁମା ଓ ଅଭିଭାବିକା ମାନଙ୍କ ଉପସ୍ଥିତରେ ଶ୍ରୀ କୃଷ୍ଣଙ୍କ ପ୍ରତିମାକୁ ଦୋଳି ଝୁଲାଇ ଥିଲେ | ଜନ୍ମାଷ୍ଟମୀ ଉପଲକ୍ଷେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଭାଇ ଭଉଣୀଙ୍କ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ପ୍ରାୟ ୬୦ ରୁ ଉର୍ଦ୍ଧ ଭାଇ ଭଉଣୀ କୃଷ୍ଣ ଓ ରାଧା ବେଶରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଜନ୍ମାଷ୍ଟମୀ ଉପଲକ୍ଷେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିବା ଭାଇ ଭଉଣୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ବିଦ୍ୟାଳୟ ରେ ଦହିହାଣ୍ଡି ଫଟା କାର୍ଯ୍ୟକ୍ରମ ଅଭିଭାବକ ଅଭିଭାବିକାଙ୍କ ପାଇଁ ହୃଦୟସ୍ପର୍ଶୀ ହୋଇଥିଲା | ରୁପେଶ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.