କଳାହାଣ୍ଡି ରେଳଯାତ୍ରୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଜିଲ୍ଲାର ରେଳ ସମସ୍ୟାର ସମାଧାନ ପାଇଁ ଲଢେଇ ଜାରି ରହିବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦାବି, ଅଭିଯୋଗ ଓ ଆନ୍ଦୋଳନ କରିଆସୁଛି ରାଜ୍ୟର ଅଗ୍ରଣୀ ନାଗରିକ ସଂଗଠନ କଳାହାଣ୍ଡି ରେଳଯାତ୍ରୀ ସଙ୍ଘ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି, ଲେଖକ, ସମାଜସେବୀ ଓ ସଂଗଠକ ଡ. ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ବିଭିନ୍ନ ସମୟରେ ଜିଲ୍ଲାର ରେଳ ସମସ୍ୟା ସମ୍ପର୍କରେ ରେଳ ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟରେ ଦାବି ଉପସ୍ଥାପନ କରିଆସୁଛି ସଙ୍ଘ। ସଙ୍ଘର ଦାବି ଅନୁସାରେ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟର ଫୋକସରେ ରହିଆସିଛି କଳାହାଣ୍ଡି। ଏହିକ୍ରମରେ ଆଜି ସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭବାନୀପାଟଣାସ୍ଥିତ ସିନେପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ପ୍ରମୁଖ ରେଳ ସମସ୍ୟା ଓ ସେସବୁର ସମାଧାନ ପାଇଁ ଆଲୋଚନା କରାଯିବା ସହିତ ଆଗାମୀ ରଣନୀତି ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ସେହିପରି ଜିଲ୍ଲାର ରେଳ ସମସ୍ୟାଗୁଡିକୁ ଉପସ୍ଥାପିତ କରିବାକୁ ନୂତନ କର୍ମକର୍ତ୍ତା ଚୟନ ସହିତ କମିଟି ପରିବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏଥିରେ ପୁନର୍ବାର ଅଧ୍ୟକ୍ଷ ଭାବେ ଡ. ଭବାନୀଶଙ୍କର ନିଆଲଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ ଉପାଧ୍ୟକ୍ଷ ଭାବେ ଦୁର୍ଗା ପ୍ରସାଦ ମହାନ୍ତି, ଧୀରଜ ଅଗ୍ରୱାଲ, ରାକେଶ ସାହୁ, ଟିକେଲାଲ ସାହୁ, ଦେବୀ ପ୍ରସାଦ ସିନ୍ଦୁର, ପରମାନନ୍ଦ ମାଝୀ, ସୁଧାଂଶୁ ଶେଖର ବରାଡ, ଇଙ୍ଗିତ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି। ସେହିପରି ମହାସଚିବ ଭାବେ ନିରୋଜ ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ ସାଧାରଣ ସଂପାଦକ ଭାବେ ନୀଳମାଧବ ସିଂଦେଓ, ପ୍ରଦୀପ ଦାସ, ଦାମୋଦର ବେହେରା, ସୁଶୀଲ କୁମାର ବାଗ, ସୁମିତ ଶତପଥୀ, ଧ୍ୟାନାନନ୍ଦ ପଣ୍ଡା, ରମେଶ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ସଙ୍ଘର ସଂପାଦକ ଭାବେ ସିଲୁ ପରିଡା, ସମିତା ନାୟକ, ଭବାନୀ ସାହୁ, ବ୍ରିଜେଶ ପଣ୍ଡା, ଋତୁରାଜ ମାଝୀଙ୍କୁ ମନୋନୀତ କରାଯାଇଛି। କୋଷାଧ୍ୟକ୍ଷ ଭାବେ ରେହେମାନ ଖାଁ, ସହ କୋଷାଧ୍ୟକ୍ଷ ଭାବେ ବଣ୍ଟି ଅଗ୍ରୱାଲ, କାର୍ଯ୍ୟକାରୀ ସଦସ୍ୟ ଭାବେ ଅଶୋକ ସିଂ, ଗୁରୁ ଚରଣ ସିଂ, ସୁମିତ ଅଗ୍ରୱାଲ, ପ୍ରମୋଦ ଜୈନ, ସୁନୀଲଜୈନ, ସଚ୍ଚିଦାନନ୍ଦ ସାହୁ, ଅଶୋକ ରାଉତ, ହେମନ୍ତ ପଟ୍ଟନାୟକ, ସତ୍ୟନାରାୟଣ ପଣ୍ଡା, ଶାନ୍ତିସ୍ୱରୂପ ପଣ୍ଡା, ପ୍ରବୀଣ କୁମାର ପଣ୍ଡା, ରାଜେଶ ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, ଉମାକାନ୍ତ ଜାନୀ, ଧବଳେଶ୍ୱରମାଝୀ, ଭାଗୀରଥୀ ପଟ୍ଟଯୋଷୀ, ବିକ୍ରାନ୍ତ ବାଗ, ସଚିନ୍‌ ଜୈନ, ଦୁଷ୍ମନ୍ତ ନାଏକ, ଶିବରାମ ପାତ୍ରଙ୍କ ନାମ ଘୋଷଣା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.