ପ୍ରଗତି ଜୁନିଅର ଉଇଙ୍ଗସରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହର ସ୍ଥିତ ପ୍ରଗତି ଜୁନିଅର ଉଇଙ୍ଗସ ପରିସରରେ ଭବ୍ୟ ଆୟୋଜନ ସହକାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ଓ ସୁଶ୍ରୀ ସଂଗୀତା ପଣ୍ଡା ପ୍ରଭୂ ଶ୍ରୀକୃଷ୍ଣଙ୍କ ଆଳତୀ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଆର୍ସିଆ ସାଏଲା, ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ଅଭିଭାବିକାମାନେ ଉପସ୍ଥିତ ଥିଲେ ।

କୁନି କୁନି ଛାତ୍ରଛାତ୍ରୀମାନଙ୍କ ରାଧାକୃଷ୍ଣ ରୂପରେ ଅବତରଣ ଓ ନୃତ୍ୟ ପରିବେଷଣ ବେଶ୍ ଆକର୍ଷଣୀୟ ହୋଇଥିଲା। ପରେ ପରେ ବିଦ୍ୟାଳୟର  ଛାତ୍ରଛାତ୍ରୀମାନଙ୍କଦ୍ୱାରା ଦହି ହାଣ୍ଡି ଭାଙ୍ଗିବା ପ୍ରତିଯୋଗିତାଟି ସମସ୍ତଙ୍କ ମନ କିଣି ନେଇଥିଲା।  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବରେ ପରିଚାଳିତ ହୋଇଥିଲା। ବିଦ୍ୟାଳୟ ସ୍ତରରେ ଏପରି ପର୍ବପର୍ବାଣୀ ପାଳନର ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କ ମନରେ ସଦଭାବନା ପ୍ରତିଷ୍ଠା ଏବଂ  ବିଭିନ୍ନ ପର୍ବପର୍ବାଣୀ ପାଳନ ପଛର ଧାର୍ମିକ ଭାବଧାରା ସହ ସେମାନଙ୍କୁ ପରିଚିତ କରାଇବାର ଲକ୍ଷ୍ୟ ପ୍ରକୃତରେ ସାଧିତ ହୋଇପାରିବ ବୋଲି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.