ଲାଞ୍ଜିଗଡ଼ ବେଦାନ୍ତରେ ସ୍ଥାୟୀ ନିଯୁକ୍ତି ଦାବି: ସହଯୋଗୀ କମ୍ପାନୀ କର୍ମଚାରୀଙ୍କୁ ଫାଟକରେ ଘେରିଲେ ସ୍ଥାନୀୟ ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜମି ଗଲା, ବାସହରା ହେଲେ ଲୋକେ। ବେଦାନ୍ତ କମ୍ପାନୀକୁ ବିଶ୍ବାସ କଲେ ହେଲେ ବେଦାନ୍ତ କମ୍ପାନୀ ବିଶ୍ବାସରେ ବିଷ ଦେଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଳିଥିଲା। ଯେତେବେଳେ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରାଗଲା ସେତେବେଳ ଲୋକଙ୍କୁ ବୁଝାସୁଝା କରି ଶାଗ ମାଛ ଦରରେ କିଣି ନେଲା ବେଦାନ୍ତ କମ୍ପାନୀ ଓ କମ୍ପାନୀ ଠାରେ ନିଯୁକ୍ତି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ହେଲେ ଥିଲା ଏକ ସର୍ତ୍ତ। ହଁ ଆଜ୍ଞା ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବହୁତ ପ୍ରତିକ୍ଷିତ ବେଦାନ୍ତ କମ୍ପାନୀ କଥା। ସର୍ତ୍ତ ଥିଲା ସିଧାସଳଖ ବେଦାନ୍ତ କମ୍ପାନୀରେ ନିଯୁକ୍ତି ନଦେଇ ଏକ ସହଯୋଗୀ କମ୍ପାନୀ ଠାରେ ତାହା ପୁଣି ମେଣ୍ଟେନେସରେ ନିଯୁକ୍ତି ଦେବାକୁ। ତାହା ମଧ୍ୟ ଗ୍ରହଣ କରିନେଲେ ଲୋକେ। ତେବେ ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀ ପିଏପିଏଲ କମ୍ପାନୀରେ ବିସ୍ଥାପିତ ପରିବାରଙ୍କୁ କମିଶନିଙ୍ଗ ଭାବେ ନିଯୁକ୍ତି ଦେଇ ନିଯୁକ୍ତିର ଅଢେଇ ବର୍ଷ ପରେ ସେମାନଙ୍କୁ ମେଣ୍ଟେନେସରେ ସ୍ଥାୟୀ ନିଯୁକ୍ତି ଦେବାକୁ କଥା ଥିଲା। ହେଲେ ପିଏପିଏଲ କମ୍ପାନୀ ଠାରେ ଅଢେଇ ବର୍ଷ ପରେ କମିସୁନିଙ୍ଗରେ କାମ କରିବା ପରେ ମେଣ୍ଟେନାନ୍ସ ପରିବର୍ତ୍ତେ ପୁଣି କମିସୁନିଙ୍ଗରେ କାମ କରିବା ପାଇଁ ବାଧ୍ୟ କରୁଥିବା ବେଳେ ଏହାକୁ ନେଇ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ହେଲେ କାର୍ଯ୍ୟ ଶୁନ।

Omkar Vasthu
Omkar Vasthu

ବେଦାନ୍ତର ଏହି ସହଯୋଗୀ କମ୍ପାନୀ ପିଏପିଏଲ କମ୍ପାନୀ ବିସ୍ଥାପିତ ମାନଙ୍କୁ କମ ଦରମାରେ କାମ କରାଉଥିବା ବେଳେ ସେହି କାମକୁ ଅନ୍ୟ ଜିଲ୍ଲାର ଲୋକ ମାନଙ୍କୁ ଆଣି ଅଧିକ ଦରମାରେ କାମ କରାଉଥିବା ଭଳି ଅଭିଯୋଗ ନେଇ ଆଜି ସକାଳ ଛଅଟା ସମୟରୁ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ପିଏପିଏଲ କମ୍ପାନୀର ବିରୋଧରେ ସେହି କମ୍ପାନୀର କର୍ମଚାରୀମାନଙ୍କୁ ବେଦାନ୍ତ କମ୍ପାନୀ ଭିତରକୁ ପଶିବାକୁ ନଦେଇ ବେଦାନ୍ତ ଫାଟକରେ ଅଟକାଇ ରଖିଥିଲେ ଲୋକେ। ତେବେ ଖବର ପାଇ ଲାଞ୍ଜିଗଡ଼ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବେଦାନ୍ତ କମ୍ପାନୀ କତୃପକ୍ଷ ଓ ବିରୋଧ କରୁଥିବା ଲୋକଙ୍କୁ ଡ଼ାକି ବୁଝାସୁଝା କରାଯାଇଥିବା ବେଳେ ଦିର୍ଘ ଆଠ ଘଣ୍ଟା ପରେ ସମାଧାନ ହୋଇଥିବା ସୂଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.