ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ରୁ ଇସ୍ତଫା ଦେଇଛନ୍ତି। ଚମ୍ପାଇ ସୋରେନ ତାଙ୍କ ବିବୃତିରେ କହିଛନ୍ତି ଯେ ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏଏମ ଛାଡ଼ିବାକୁ ବାଧ୍ୟ କରାଯାଇଛି।  ସେ କହିଛନ୍ତି, “ଜେଏମଏମ ମୋ ପରିବାର ଭଳି ଥିଲା। ମୁଁ ଦଳ ଛାଡ଼ିବି ବୋଲି କେବେ ହେଲେ ସ୍ୱପ୍ନରେ ମଧ୍ୟ ଭାବି ନଥିଲି। କିନ୍ତୁ ଏହି କିଛି ଦିନ ମଧ୍ୟରେ ଏମିତି କିଛି ଘଟିଥିଲା, ଯାହା ମୋତେ କଷ୍ଟ ଦେଇଥିଲା। ମୁଁ ଏପରି ଗୋଟିଏ କଠିନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।

Omkar Vasthu
Omkar Vasthu

ମୋତେ ଏପରି ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନର କାର୍ଯ୍ୟଶୈଳୀ ଓ ନୀତିରେ ବିମୁଖ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଦୟା କରି ମୋ ଇସ୍ତଫାପତ୍ରକୁ ଗ୍ରହଣ କରି ନିଆଯାଉ।” ସେ ଅଗଷ୍ଟ ୩୦ରେ ବିଜେପିରେ ସାମିଲ ହେବେ। ଚମ୍ପାଇ ସୋରେନଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.