ସ୍ବର୍ଗତ ଗଦନ ରାଉତଙ୍କ ଶୋକସଭା 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କାଣ୍ଡେଲ ଆଞ୍ଚଳିକ ଯାଦବ ସମିତିର ସଭାପତି ଗଦନ ରାଉତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଏନେଇ କେସିଙ୍ଗା ବ୍ଲକ ବ୍ରହ୍ମଣୀ ଗ୍ରାମରେ ଗୁରୁବାର ସ୍ବର୍ଗତ ରାଉତଙ୍କ ଏକଦଶାହ ଅବସରରେ ଯାଦବ ସମାଜ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ରାଉତ କାଣ୍ଡେଲ ଆଞ୍ଚଳିକ ଯାଦବ ସମିତିର ସଭାପତି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ସମାଜକୁ ସୁସଂଗଠିତ କରାଇ ପାରିଥିଲେ।

Omkar Vasthu
Omkar Vasthu

ଶୋକସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ସ୍ମୃତିଚାରଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ବ୍ରାହ୍ମଣୀ ଗାଁ ଯାଦବ କମିଟି ସଭାପତି ପୁରୁନ୍ଦର ଗଉଡ, ବରିଷ୍ଠ ଯାଦବ ନେତୃତ୍ବ ପଙ୍କଜ ଗଉଡ, ଜଗବନ୍ଧୁ ନାଏକ, ପୁରୋହିତ ନାଏକ, କାଣ୍ଡେଲ ଆଞ୍ଚଳିକ ଯାଦବ ସମିତି ସାଧାରଣ ସମ୍ପାଦକ ତ୍ରିପୁର ନାଏକ, ରମାକାନ୍ତ ଗଉଡ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସଂପାଦକ ତ୍ରିଲକ୍ଷ୍ୟ ନାଏକ, କର୍ଲାଖୁଣ୍ଟା, ତୁର୍ଲା ଓ କାଣ୍ଡେଲର ଗ୍ରାମ୍ୟ ସଭାପତି ଏବଂ କାର୍ଯ୍ୟକର୍ତ୍ତା, ବିଜେଡ଼ି ନେତ୍ରୀ ଲଲିତା ନାଏକ ସପରିବାର, ସ୍ବର୍ଗତ ରାଉତଙ୍କ ଦୁଇ ପୁଅ ଡ଼ାକଋଷି ରାଉତ ଓ ପ୍ରେମଲାଲ ରାଉତଙ୍କ ସମେତ ପରିବାରବର୍ଗ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.