ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଶାଙ୍କ ବଂଶ ବୃଦ୍ଧି

ସୋନପୁର,୮/୭ : ସୁବର୍ଣ୍ଣପୁର ଜିଲା ଠାରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ି ଥିବା ବେଳେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଫଳରେ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି । ସୁବର୍ଣ୍ଣପୁର ଜିଲା ମେଲେରିଆ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପରିମଳ ବିପର୍ଯ୍ୟସ୍ତ ଯୋଗୁଁ ମଶାଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ପରିମଳ ବ୍ୟବସ୍ଥାରେ ସୁଧାର ଆସୁନଥିବା ଏବଂ ନିୟମିତ ବ୍ୟବଧାନରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରାଯାଉ ନଥିବାରୁ ମଶା ବଂଶ ବୃଦ୍ଧି ଭଳି ସମସ୍ୟା ଦେଖାଦେଉଥିବା କୁହାଯାଉଛି । ଫଳରେ ରୋଗ ବୃଦ୍ଧି ଦେଖାଦେବାର ଆଶଙ୍କା ସୃଷ୍ଟି କରିଛି । ଏହା ସତ୍ତ୍ବେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନର ନିରବତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ନାମକୁ ମାତ୍ର ଡ୍ରେନ୍ ସଫା କରାଯାଉଥିବାରୁ ଘରର ଅପରିଷ୍କାର ପାଣି ଜମା ହୋଇ ରହିଯାଉଛି । ଫଳରେ ମଶା ବଂଶ ବୃଦ୍ଧି ପାଉଥିବା ଦେଖାଯାଉଛି । ମଶା ବଂଶ ବୃଦ୍ଧି ରୋକିବାରେ ସହାୟକ ହେଉଥିବା ବିଭିନ୍ନ ଗ୍ୟାସ ଏବଂ ଔଷଧ ଏପର୍ଯ୍ୟନ୍ତ ସୋନପୁର ସହରରେ ଉପଲବ୍ଧ ହୋଇପାରି ନାହିଁ । ଫଳରେ ମଶାବଂଶ ବୃଦ୍ଧି ପାଇବାରେ ଲାଗିଛି । ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ମଶା, ମାଛି ବଂଶକୁ ନିପାତ କରିବାକୁ ଦାବୀ ହେଉଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.