ୱିଲ ପୁକୋଭିସକଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର; ଜାଣନ୍ତୁ କାରଣ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: କ୍ରିକେଟ ଇତିହାସର ଏକ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା; ଅଷ୍ଟ୍ରେଲିଆ କ୍ରିକେଟର ୨୬ ବର୍ଷିଆ ଯୁବ ଖେଳାଳି ୱିଲ ପୁକୋଭିସକଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର । ଏହା ଗ୍ରହଣୀୟ ହେଉ ନ ଥିଲେ ମଧ୍ୟ ସତ୍ୟ । ସେ ଅଷ୍ଟ୍ରେଲିଆ ପକ୍ଷରୁ ଗୋଟିଏ ଟେଷ୍ଟ ଖେଳିଛନ୍ତି । ତାଙ୍କ ବ୍ୟାଟିଂ ଟେକନିକ ଏତେ ଖରାପ ଥିଲା ଯେ, ସ୍ୱଳ୍ପ ସମୟ କ୍ୟାରିୟର ମଧ୍ୟରେ ୧୩ ଥର ବଲ ତାଙ୍କ ହେଲମେଟରେ ବାଜିଥିଲା । ଅବସର ନେବା ପାଇଁ ଡାକ୍ତର ମଧ୍ୟ ତାଙ୍କୁ ପରାମର୍ଶ ଦେଇଥିଲେ ।

ପୁକୋଭିସକଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଟିମର ପରର୍ବତୀ ଷ୍ଟାର ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଉଥିଲା । ୩୬ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୪୫ରୁ ଊର୍ଦ୍ଧ୍ୱ ଆଭରେଜରେ ୨୩୫୦ ରନ କରିଥିଲେ । ୨୫୫ ତାଙ୍କର ସର୍ବାଧିକ ସ୍କୋର ଥିଲା । ୨୦୨୧ରେ ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୭୨ ରନ କରିଥିଲେ । ଏହା ପରେ ତାଙ୍କୁ ଆଉ ଆନ୍ତର୍ଜାତୀୟ କ୍ରିକେଟରେ ଖେଳିବା ପାଇଁ ସୁଯୋଗ ମିଳି ନ ଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.