ଉନ୍ନତ ପ୍ରଣାଳୀରେ ଚାଷ କଲେ ସବୁଜ ବିପ୍ଳବ ଆଣିହେବ – ବିଧାୟକ ମହୋଷଧି ବାଗ

ଧର୍ମଗଡ କୃଷି ଜିଲ୍ଲା ପକ୍ଷରୁ କୋକସରାରେ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା

କୋକସରା,୮/୭ : କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଆଜି କୃଷି ଓ କୃଷକ ସଶକ୍ତି କରଣ ବିଭାଗ କଲାହାଣ୍ଡିଙ୍କ ଆୟୋଜନ କ୍ରମେ ଧର୍ମଗଡ କୃଷି ଜିଲ୍ଲା ପକ୍ଷରୁ ବ୍ଲକ୍ ସ୍ତରୀୟ କୃଷକ ସମ୍ପର୍କ ମେଳା ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ମହୋଷଧି ବାଗ ଯୋଗ ଦେଇ କୃଷକ ମାନେ ଉନ୍ନତ ପ୍ରଣାଳୀରେ ଚାଷ କଲେ ଆଗାମୀ ଦିନରେ ସବୁଜ ବିପ୍ଳବ ଆଣିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। କୃଷକ ବିଭାଗ ପକ୍ଷରୁ ଡି.ଏ.ଓ. ଜଗନ୍ନାଥ ନନ୍ଦ କୃଷକ ମାନଙ୍କ ଉନ୍ନତି ନିମନ୍ତେ ସଚେତନ ମୂଲକ ବାର୍ତ୍ତା ପ୍ରଦାନ କରିଥିଲେ।ବୈଜ୍ଞାନିକ ପଦ୍ଧତିରେ କିପରି ଚାଷ କରିବେ । କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଚାଷୀ ମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ, ବୋଆର ଘାସ ଫସଲ ଚାଷ ସମ୍ବନ୍ଧୀୟ ସୁଚନା, କୃଷକ ପଞ୍ଜିକରଣ, ସିଧାସଲଖ ରିହାତି ପ୍ରଦାନ, ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଜନା, ଜଳସେଚନ ପାଇଁ ଜଳନିଧି, କୃଷିଯାନ୍ତ୍ରୀକରଣ, ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନା ଏସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ସମ୍ମାନୀତ ଅତିଥି ଭାବେ ଜାନକୀ ବଲ୍ଲଭ ମହାପାତ୍ର, ଏଡିଏଚ ଟଙ୍କଧର କାଲୋ, ବ୍ଲକ ଅଧକ୍ଷା ସଭ୍ୟା ରାଣୀ ବାଗ ପ୍ରମୂଖ ମଂଚାସୀନ ଥିଲେ, କୋକସରା ଏ.ଏ .ଓ. ଘନଶ୍ୟାମ ଦେହୁରୀ ମଞ୍ଚ ପରିଚାଳନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଏଏଓ  ଲଡ଼ୁଗାଁ ଶ୍ରୀନିବାସ ପ୍ରଧାନୀ, ହିମାଂଶୁ ଭୂଷଣ ଦାସ, ପ୍ରଦୀପ କିଶୋର ରଣା, ବି.ଭି.ଓ. ସଂଗ୍ରାମ କେଶରୀ ବେହେରା, ଏ.ଏଫ.ଓ. ଲଳିତ ମାହନନ୍ଦ, ଏ.ଏଚ.ଓ. ତପନ କୁମାର ପାତ୍ର, ସମସ୍ତ ପଂଚାୟତ ରାଜ ଲୋକ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

କୋକସରା ରୁ ହିରଣ୍ୟ ବେହେରା ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.