ହାପୀ ମୁମେଣ୍ଟ ଇଣ୍ଡିଆର ଏକଦିବସୀୟ ନାଗରିକ ସମ୍ମାନ ସମାରୋହ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଉରକେଲାର ହାପି ମୁମେଣ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ଦିବସୀୟ ଜାତୀୟ ନାଗରିକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଛି । ଏହି ସମାରୋହ କୁ ପ୍ରଦୀପ ପ୍ରଜୋଳନ ପୂର୍ବକ ଉଦ୍ଘାଟନ କରିଥିଲେ ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଧାୟକ ଅନନ୍ତ ନାରାୟଣ ଜେନା, କବି ଶଙ୍କର ପରିଡ଼ା, ସି ଭି ରମଣ ଅନୁଷ୍ଠାନର ପରାମର୍ଶ ଦାତା ସୁନିଲ ଷଡ଼ଙ୍ଗୀ ଓ ବ୍ୟଙ୍ଗ କବି ସମ୍ପଦ ରଥ, ବନ୍ଦିତା ହରିଚନ୍ଦନ ପ୍ରମୁଖ । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୦୦ ପ୍ରତିନିଧି ଯୋଗଦାନ କରିଥିଲେ । ଅତିଥି ମାନେ ଶ୍ରୀଯୁକ୍ତ ପଣ୍ଡାଙ୍କର ସମାଜ ସେବା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର, ପ୍ରସାର ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ କାର୍ଯ୍ୟକ୍ରମ କରିବା ଓ ଗରିବ ଦୁଃଖୀ ରଙ୍କି ମାନଙ୍କର ସେବା ସହ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇବା ଆଦି ଉପରେ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସମାରୋହରେ ମାଲଖମ୍ବ ନୃତ୍ୟ, ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ପ୍ରକାର ନୃତ୍ୟ ଓ ଗୀତ ମଧ୍ୟ ପରିବେଷଣ କରା ଯାଇଥିଲା ।

ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଅଦ୍ୟାବଧି କାର୍ଯ୍ୟରତ ବ୍ୟକ୍ତିତ୍ବ ମାନଙ୍କୁ ମାନପତ୍ର, ଶିଲ ଉତ୍ତରୀୟ ଆଦି ଦିଆଯାଇ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭୦ ପ୍ରତିଭାଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା । ଅନୁଷ୍ଠାନର ବରିଷ୍ଠ ସଭ୍ୟ ସୁନ୍ଦର ସାହୁ, ବର୍ଷା ଜେନା, ସତ୍ୟମ ମୋଦକ୍ ଆଦି ଉତ୍ସବକୁ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.