ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ସମସ୍ତ ଡ୍ରାଇଭର ଭାଇ ମାନେ ରାଷ୍ଟ୍ରୀୟ ଡ୍ରାଇଭର ମହାସଂଘ ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ବ୍ଳକ ଶାଖା ତରଫରୁ ସେପ୍ଟେମ୍ବର ୧ ତାରିଖ ରବିବାର ଦିନ ଡ୍ରାଇଭର ଦିବସ ରୂପେ ବେଶ୍ ଧୂମଧାମରେ ପାଳନ କରିଛନ୍ତି। ସ୍ଥାନୀୟ ତହସିଲ୍ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମାଁ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ପରେ କୋଷାବରା ସ୍ଥିତ ହେଲୋ ପଏଁଣ୍ଟରେ ଏକ ସାଧାରଣ ସଭା ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ଭାଇ ମାନଙ୍କର ହକକୁ ସରକାର ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ଆଲୋଚନା କରିବା ସହ ଡ୍ରାଇଭର ମାନଙ୍କ ବୀମା ଭଳି ବିଭିନ୍ନ ଦାବି ପୂରଣ ଦିଗରେ ଡ୍ରାଇଭର ମାନେ ନିଜ ନିଜର ମତା ମତ ରଖିଥିଲେ।ଏଭଳି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧ ତାରିଖ ଦିନ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ଭାରତ ବର୍ଷରେ ଚାରିଆଡେ ପାଳନ କରିବା ପାଇଁ ସେମାନେ ସଂକଳ୍ପ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ଡ୍ରାଇଭର ବନ୍ଧୁ ମାନେ ସଂଘବଦ୍ଧ ଭାବରେ ଏକତ୍ରିତ ଭାବରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ୍ ଡ୍ରାଇଭର ସଂଘ ସଭାପତି ମଦନ ମୋହନ ନାୟକ ନେତୃତ୍ଵ ନେଇଥିବା ବେଳେ ସଂଘର ଉପ ସଭାପତି ପରମେଶ୍ବର ନାଏକ, ସମ୍ପାଦକ ଚକ୍ର ମାଝୀ, ସହ ସଂପାଦକ ଅଶୋକ କୁମାର ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.