ଅଡ଼ାଖୁ ଗାଁରେ ଡାଇରିଆର ପ୍ରକୋପ: ୩ ମୃତ, ୧୧ ଆକ୍ରାନ୍ତ, ୧ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତର ଦୁର୍ଗମ ଅଡାଖୁ ଗାଁରେ ଦେଖିବାକୁ ମିଳିଛି ଡାଇରିଆ ରୋଗର ପ୍ରକୋପ। ଗତ ଚାରିଦିନ ମଧ୍ୟରେ ଗାଁର ଦାନୁରୀ ମାଝୀ ନାମକ ଜଣେ ମହିଳା ଓ ସସ୍ମିତା ମାଝୀ ନାମକ ଜଣେ ୭ ବର୍ଷ ବୟସର ବାଳିକାଙ୍କ ମୃତ୍ୟୁ ଘଟିଛି।

Omkar Vasthu
Omkar Vasthu

ସେହିପରି ଆଜି ସକାଳୁ ଗାଁର ରତନୀ ମାଝୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ ଗାଁର ନନ୍ଦିନୀ ମାଝୀ, ସୁତୁରି ମାଝୀ, ପାଙ୍ଗାଡୁ ମାଝୀ, କୋବି ମାଝୀ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଜାଲିଦେଇ ମାଝୀ ନାମକ ଜଣେ ମହିଳା ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। ସେହି ପରି ରାମପାରୁଣୁ ମାଝୀ, ନିବେନ୍ଦ୍ର ମାଝୀ, ଶୁଭଶ୍ରୀ ମାଝୀ, ଯୁଗେଶ୍ୱର ମାଝୀ, ତତଲୀ ମାଝୀ, ସୁକାନ୍ତି ମାଝୀ, ମନୁ ମାଝୀ ଏବେ ଡାଇରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏ ସମ୍ପର୍କରେ ଖବର ପାଇ ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଏକ ମେଡିକାଲ ଟିମ୍ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଟିମ ଗାଁକୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ଜାରି ରହିଛି। ଗାଁରେ ଏବେ ବି ଭୟର ବାତାବରଣ ଲାଗି ରହିଛି। ତେବେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ମେଡିକାଲ ଅଫିସର ଡା. ଭବାନୀ ଶଙ୍କର ଲେଙ୍କା ପ୍ରକାଶ କହିଛନ୍ତି।ସେହିପରି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବ୍ଲକ ସମିତି ସଭ୍ୟ ସଙ୍ଘର ସଭାପତି ଜଗଦୀଶ ବେନିଆ ପ୍ରମୁଖ ପ୍ରଭାବିତ ଗାଁ ପରିଦର୍ଶନ କରି ସ୍ଥିତି ସମ୍ପର୍କରେ ବିଧାୟକଙ୍କୁ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.