କାହିଁକି ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ସ୍ଥାନ ପାଇପାରିବେ ନାହିଁ ରାହୁଲ ଦ୍ରାବିଡଙ୍କ ପୁଅ; ଜାଣନ୍ତୁ କାରଣ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ମହାନ ଖେଳାଳି ତଥା ପୂର୍ବତନ କୋଚ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ଡ୍ରାଭିଡ ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ସେ ଖେଳିବେ । ତେବେ ସମିତ ଆଗାମୀ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ସ୍ଥାନ ପାଇପାରିବେ ନାହିଁ । ଯାହାକି ତାଙ୍କୁ କିଛି ମାତ୍ରାରେ ନିରାଶ କରିଛି ।

Omkar Vasthu
Omkar Vasthu

୨୦୨୬ରେ ୧୯ ବର୍ଷରୁ କମ ବିଶ୍ୱକପ ଖେଳାଯିବ । ସମିତଙ୍କ ଜନ୍ମ ୧୦ ନଭେମ୍ବର ୨୦୦୫ରେ ହୋଇଥିଲା । ଆଉ ୨ ମାସ ପରେ ତାଙ୍କୁ ୧୯ ବର୍ଷ ହୋଇଯିବ । ଯାହା ଫଳରେ ସେ ଆଉ ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ । ୨୦୨୬ ବିଶ୍ୱକପ ବେଳକୁ ତାଙ୍କୁ ୨୦ରୁ ଊର୍ଦ୍ଧ୍ୱ ବୟସ ହୋଇ ଯାଇଥିବ । ଆଗାମୀ ୧୯ ବର୍ଷରୁ କମ ବିଶ୍ୱକପ ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ୨୦୨୩ କୁଚବିହାର ଟ୍ରଫି ଜିତିଥିବା କର୍ଣ୍ଣାଟକ ଦଳ ପକ୍ଷରୁ ସେ ଖେଳିଥିଲେ । ଏହା ବ୍ୟତୀତ ଲଙ୍କଶାୟାର ବିପକ୍ଷ ୩ ଦିବସୀୟ ମ୍ୟାଚ ଓ ମହାରାଜା ଟ୍ରଫି କେଏସସିଏ ଟି୨୦ରେ ମଧ୍ୟ ମୈସୁର ୱାରିୟର୍ସ ଟିମ ପକ୍ଷରୁ ଖେଳିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.