ଘୁନସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ

ବିଟ ହାଉସ, ଶିଶୁ ଉଦ୍ୟାନ ଓ ବେଆଇନ ଜମି ଦଖଲକାରୀଙ୍କ ଉପରେ ଉଠିଲା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଘୁନସର ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ବିନୟ କୁମାର ଭୋଇ ଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ଏହି ଘୁନସର ଗାଁ ହାଟପଡା ଠାରେ ଥିବା ସରକାରୀ ଜମିକୁ କିଛି ଲୋକ ଜବରଦଖଲ କରି ବେଆଇନ ଭାବରେ ଘର ନିର୍ମାଣ କରି ବେଆଇନ କାରବାର ଚଲାଇ ଆସୁଛନ୍ତି l ଏ ଦିଗରେ ପ୍ରଶାସନ ଚିହ୍ନଟ କରି ଜବର ଦଖଲକାରୀଙ୍କୁ ହଟାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି l ସେହିପରି ଅଞ୍ଚଳରେ ବେଆଇନ ମଦ, ଗଞ୍ଜେଇ ତଥା ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୋଲିସ ବିଟ ହାଉସ ଖୋଲା ଯାଉ ଓ ମନରେଗା ଯୋଜନାରୁ ଗାଁରେ ଛୋଟ ଛୋଟ ଛୁଆମାନଙ୍କ ପାଇଁ ଏକ ଶିଶୁ ଉଦ୍ୟାନ ନିର୍ମାଣ କରିବା ପାଇଁ ଗ୍ରାମବାସୀ ତରଫରୁ ବିଡ଼ିଓଙ୍କ ଠାରେ ଅଭିଯୋଗ କରିଛନ୍ତି l

Omkar Vasthu
Omkar Vasthu

ବାବୁଉଲବା ସରକାରୀ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ଥିବାବେଳେ ୬୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି l କିନ୍ତୁ ଗୋଟିଏ ମାତ୍ର ଗୃହ ଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢିବା ଅନେକ ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l ବାବୁଉଲବା ଖେଳ ପଡିଆ ପାଇଁ ମନରେଗା ଯୋଜନାରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ତାହା କାର୍ଯ୍ୟ ନ ହୋଇ ଟଙ୍କା ଉଠାଣ ହୋଇଛି ବୋଲି ଗାଁର ଡିକେ କୃଷ୍ଣ ସାହୁ ଓ ଜପେଶ ସାହୁ ବିଡ଼ିଓଙ୍କ ଠାରେ ଅଭିଯୋଗ କରିଥିଲେ l କନ୍ଦଉଲବା ହରିଜନ ପଡାରେ କୋଣସି ପ୍ରକାର କମ୍ୟୁନିଟି ଗୃହ ନ ଥିବାରୁ ପଡବାସୀ ଅସୁବିଧା ହେଉଛନ୍ତି l ଏଣୁ ଗାଁ ତରଫରୁ ୱାର୍ଡମେମ୍ବର ପ୍ରଶାନ୍ତ ଶିକା, ବୀରେନ୍ଦ୍ର ନନ୍ଦ, ବାବୁଲା ଶିକା, ରାଜ କୁମାର ଶିକା ଓ ମହାବୀର ଶିକା ଏକ ଗୃହ ଦେବା ପାଇଁ ଅଭିଯୋଗ କରିଛନ୍ତି l ଏହି ଶୁଣାଣିରେ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ରେସନ କାର୍ଡରେ ମଧ୍ୟ ଅନେକ ସଦସ୍ୟମାନଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ l ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ଅନୁରାଧା ସେଠ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ମତ୍ସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ପ୍ରମୋଦ ଭୋଇ, କାର୍ଯ୍ୟ ନିର୍ବାହୀ ଦୁଃଖବନ୍ଧୁ ରଣା, ଥାନା ସେକେଣ୍ଡ ଅଫିସର ଆଲୋକ ଭୋଇ,ରାଜେଶ ବେହେରା, ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ, ଜଳ ପରିମଳ ବିଭାଗର ଯନ୍ତ୍ରୀ ଇତିଶ୍ରୀ ଦେହୁରୀ , ୱାଟର ସେଟ ବିଭାଗର ପ୍ରଦୁଷ ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ରାମଜୀ ଗୋପାଳ, ଯୋଗାଣ ବିଭାଗର ଡିଓ ସରୋଜ ସାହୁ ଓ ଜିଆରଏସ ଅନିଲ ପଟେଲଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.