ସୋନପୁର ମହାନଦୀ ପୋଲ ଉପରୁ ବାଇକ ଉଦ୍ଧାର, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରବିବାର  ରାତିରେ ସୋନପୁର ସଦର ପୋଲିସର ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ମହାନଦୀ ପୋଲ ଉପରୁ ଏକ ଅଜଣା ବାଇକ୍ ଉଦ୍ଧାର କରିଛି। ପୋଲ ଉପରେ ଏକ ଟିଭିଏସ ଆପାଚି ବାଇକ ରଖାଯାଇଥିବା ବେଳେ ପାଖରେ କେହି ନ ଥିବା ଦେଖିଥିଲେ ପୋଲିସ ଟିମ।

Omkar Vasthu
Omkar Vasthu

ବାଇକ ନମ୍ୱରଟି ହେଲା ବଲାଙ୍ଗୀର ରେଜିଷ୍ଟ୍ରେସନ ଥିବା ଓଡି୦୩ଏଚ- ୨୮୨୪ ଓ ନମ୍ବର ପ୍ଲେଟ ତଳକୁ ଓ ଟିଭି ଲଗୋ ରହିଥିବା ଦେଖିବାକୁ ମିଳିଛି। ଏ ନେଇ ପୋଲ ଉପରେ ବାଇକ୍ ରଖି କେହି ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଛି। ପୋଲିସ ପୋଲ ଉପରେ ଥିବା ବାଇକଟିକୁ ଉଦ୍ଧାର କରି ଥାନାରେ ରଖିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବ୍ୟକ୍ତି ଜଣକ କିଏ ଓ ପୋଲ ଉପରୁ ଡେଇଁଛନ୍ତି ନା କେଉଁ ଆଡ଼େ ଚାଲିଯାଇଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ନ ଥିବାବେଳେ ସୋନପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ସୋମବାର ଅପରାହ୍ନ ୩ ଟା ବେଳେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.