ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝିଅ ବାହା ହେଲା ପରେ ତା ନୂଆଁ ସଂସାରକୁ ନେଇଁ ଅନେକ ସ୍ବପ୍ନ ଦେଖିଥାଏ। ସ୍ୱାମୀ ସହିତ ସୁଖରେ ଘର ସଂସାର କରିବ, ଶାଡି ଶଙ୍ଖା, ସିନ୍ଦୁର ପିନ୍ଦି ଏକ ପତିବ୍ରତା ସ୍ତ୍ରୀର ମାନ୍ୟତା ପାଇବ। ଆଗାମୀ ଦିନରେ ତା ନୂଆଁ ସଂସାରକୁ ନେଇଁ ଅନେକ ସୁନେଲି ସ୍ବପ୍ନ ଦେଖି ଥାଏ ନବବଧୂ। ହେଲେ ଏହି ଯୌତୁକ ଜନିତ ରାକ୍ଷାସ ତାର ନୂଆଁ ସଂସାର ଭିତରକୁ ଆସି ଜଣେ ନବବଧୂ ସ୍ୱାମୀର ନିର୍ଯାତନାର ଶିକାର ହେବ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକରେ। ସୂଚନାଅନୁସାରେ ଚମ୍ପାଦେଇପୁର ଜୋଡାବନ୍ଦ ଗାଁର ଦୁଃଶାସନ ମାଝୀଙ୍କ ଝିଅ ରୁକ୍ମଣୀ ମାଝୀଙ୍କୁ ଗତ ୭,୫, ୨୦୨୩ ତାରିଖ ଦିନ ମୁନିଗୁଡା ବ୍ଲକ ଡେଣ୍ଡେରା ଗାଁର ପ୍ରଦୀପ କାଡ୍ରାକାକୁ ରୀତିନୀତି ଓ ପରମ୍ପରା ଅନୁଯାଇ ବିବାହ କରାଯାଇଥିଲା। ହେଲେ ବିବାହର କିଛି ଦିନ ନବ ଦମ୍ପତି ଖୁସିରେ ରହିଥିବା ବେଳେ ସତେ ଯେମିତି କାହାର ନଜର ଲାଗି ଯାଇଥିଲା। ସ୍ୱାମୀ ପ୍ରଦୀପ କାଡ୍ରାକା ରୁକ୍ମଣୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲା। ଏହାକୁ ନେଇଁ ଝିଅ ପରିବାର ଲୋକେ ଅନେକ ବୁଝା ସୁଝା ମଧ୍ୟ୍ୟ କରିଥିଲେ। ହେଲେ ସ୍ୱାମୀ ସ୍ତ୍ରୀଙ୍କ ଝଗଡା କମିବା ପରିବର୍ତ୍ତେ ବଡି ଆସୁଥିଲା। ପ୍ରତିଦିନ ପରି ଗତ କାଲି ରାତିରେ ସ୍ୱାମି ସ୍ତ୍ରୀ ଓ ପରିବାର ଲୋକଙ୍କ ମଧ୍ୟ୍ୟରେ ମନାନ୍ତର ଓ ମତାନ୍ତର ହୋଇଥିଲା। ରୁକ୍ମଣୀ ମାଝୀ ନିର୍ଯ୍ୟାତନା ସହି ନପାରି ବେକରେ ଶାଡି ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡିଛି।
ତେବେ ଝିଅ ଘର ଲୋକେ ଖବର ପାଇ ଅମ୍ବାଦୋଳା ଥାନା ରେ ଲିଖିତ ଅଭିଯୋଗ କରି ଝିଅକୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇଁ ପୋଲିସ ଶବ ଜବତ କରିବା ଶହ ତଦନ୍ତ କରୁଥିବା ଜଣା ପଡିଛି। ସ୍ୱାମୀ ପ୍ରଦୀପକୁ ଅଟକ ରଖି ପଚରା ଉଚୁରା ଜାରି ରହିଥିବା ବେଲେ ଘଟଣା ସ୍ଥଳକୁ ସାଇଣ୍ଟିପିକ ଟିମ ଯାଇ ତଦନ୍ତ କରିଛନ୍ତି ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।