ଫକୀରମୋହନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାଜସେବା ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ଗୋଷ୍ଠୀ ସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ (ସି-ଟୁ-ସି) ବା କ୍ଲାସରୁମ ଠାରୁ ଗୋଷ୍ଠୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ସମାଜସେବା ବିଭାଗର ଛାତ୍ରଛାତ୍ରୀମାନେ ନିକଟସ୍ଥ ରସଲପୁର ଗ୍ରାମରେ ଏକ ଜନସଚେତନା ସହ ବ୍ୟକ୍ତିଗତ ଭାବେ ଲୋକଙ୍କ ସହିତ ଏକତ୍ରିତ ହୋଇ ବିଭିନ୍ନ ସମସ୍ଯାଗୁଡିକୁ ପଚାରି ବୁଝିଥିଲେ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ, ସମାଜସେବା ବିଭାଗର ଅଧ୍ୟାପିକା ରଶ୍ମିରେଖା ରାଉତଙ୍କ ତତ୍ତ୍ବାବଧାନରେ ଏକ ନୂତନ କାର୍ଯ୍ଯାବଳୀ (ପି.ଆର.ଏ) ପ୍ରସ୍ତୁତ କରାଯାଇ ଲୋକଙ୍କ ବହୁବିଧ ସମସ୍ୟା ଯଥା ବାଳିକାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟର ଯତ୍ନ, ମହାମାରୀ ରୋଗର ନିରାକରଣ, ନିଶା ନିବାରଣ ଇତ୍ୟାଦି ସଂପର୍କିତ ସବିଶେଷ ସୂଚନା ପ୍ରଦାନ କରା ଯାଇଥିଲା। ସୂଚନାଯୋଗ୍ଯ, ଛାତ୍ରଛାତ୍ରୀମାନେ ସେଠାରେ ଉପସ୍ଥିତ ଲୋକଙ୍କ ବ୍ୟତୀତ ଗ୍ରାମବାସୀଙ୍କ ଘରକୁ ଯାଇ ଏହି ସଚେତନଶୀଳ ବାର୍ତ୍ତା ଗୁଡିକ ପହଞ୍ଚାଇବାର ପ୍ରୟାସ କରିଥିଲେ। ଗ୍ରାମବାସୀମାନେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏଭଳି କାର୍ଯ୍ୟକ୍ରମକୁ ସ୍ବାଗତ ଜଣାଇଥିଲେ ଓ କୁଳପତି ପ୍ରଫେସର ତ୍ରିପାଠୀ ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ଛାତ୍ର ପ୍ରତିନିଧି ଶ୍ରଦ୍ଧାଞ୍ଜଳି ସାମଲ ଗ୍ରାମବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଆଗାମୀଦିନରେ ଏହି କାର୍ଯ୍ୟକ୍ରମକୁ ମାତ୍ରାଧିକ ଗୋଷ୍ଠୀର ପାଖରେ ପହଞ୍ଚାଇବାର ଲକ୍ଷ୍ଯ ସହ ଆଗାମୀ ସପ୍ତାହ ଠାରୁ ପୋଷଣ ମାସ ପାଳନ କରିବା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା ବୃଦ୍ଧାଶ୍ରମ, ବାଳାଶ୍ରମ, କାରାଗାର ଇତ୍ୟାଦି ପରିଦର୍ଶନ ସହ ସେଠାକାର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସହ ଅବଗତ ହେବା ନେଇ ପ୍ରୟାସ କରାଯିବା ନେଇ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.