ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅସିମା ଦୋରାଙ୍କ ଅଧ୍ୟକ୍ଷତାରେ ମୂଖ୍ଯ ଅତିଥି ଭାବେ ବ୍ଲକ ମଙ୍ଗଳ ଅଧିକାରୀ ଶିବାନୀ ନାଏକ ଯୋଗଦେଇଥିଲେ।

Omkar Vasthu
Omkar Vasthu

ବିଚାରପତି ଭାବେ ବେହେରା ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୂପେନ୍ଦ୍ର ବାଣୁଆ, ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ନାଏକ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାନକେନ୍ଦୁଗୁଡା ବିଜ୍ଞାନ ଶିକ୍ଷକ ଚୈତନ୍ୟ ମେହେର ଯୋଗଦେଇ ମୂଲ୍ୟାୟନ କରିଥିଲେ। ଉକ୍ତ ବିଜ୍ଞାନ ପ୍ରଦର୍ଶନୀରେ ଛାତ୍ରୀ ମାନଙ୍କ ଦ୍ବାରା ଉଭୟ ଗଣିତ ଓ ବିଜ୍ଞାନ ମିଶି ୩୨ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହେଇଥିଲା। ପରେ କୃତି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ସୁବାଷ ଚନ୍ଦ୍ର ବାଗ ଓ ଶିକ୍ଷୟତ୍ରୀ ପରିମିତା ପାଢ଼ୀ ପ୍ରଦର୍ଶନୀ ପରିଚାଳନା କରିଥିବା ବେଳେ ଶିକ୍ଷକ ହିମାଂଶୁ ଶେଖର ମାଝୀ, ସୁଧାଂଶୁ ବାଗ, ତରୁଣ ଦଲାଇ, ବିକାଶ ରଞ୍ଜନ ପ୍ରଧାନ, ଦୀପକ ରଞ୍ଜନ ପଣ୍ଡା, ଲକ୍ଷ୍ମୀଧର ବାଗ, ସର୍ମିଷ୍ଠା ଗୋପାଳ, ମୀନା ସାହୁ ପ୍ରମୂଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.