ଇନ୍ଦ୍ରବାଦଲ ମହାନ୍ତିଙ୍କ କବିତା : ଭଲଲାଗେ

ଭଲଲାଗେ ପୁରୁଣା ସ୍ମୃତିର ଝରଣାରେ ଟିକେ ଭାସିବାକୁ ।

Omkar Vasthu
Omkar Vasthu

ଭଲଲାଗେ ପୁରୁଣା ଗୀତକୁ ଚୁପଚାପ ରହି ଗୁଣୁଗୁଣୁ ହୋଇ ଟିକେ ଗାଇବାକୁ ।

Pearl dental clinic
Near Ashish Medical Store, Bhawanipatna

ଭଲଲାଗେ ଜୀବନର ରାସ୍ତାରେ ଭଲ ସାଥି ସଂଗେ ଅନେକ ଦୂର ଚାଳିବାକୁ ।

Udyog Nursery
Udyogi Nursery

ଭଲଲାଗେ ପୁରୁଣା ବନ୍ଧୁସଂଗେ ନୂଆ ଢାଞ୍ଚାରେ ସମ୍ପର୍କ ଗଢିବାକୁ ।

ଭଲଲାଗେ ସମ୍ପର୍କରେ ମାନ ଅଭିମାନରେ ଟିକେ ଝୁଣ୍ଟିବାକୁ ।

ଭଲଲାଗେ ଅଧାବାଟେ ପୁରୁଣା ସାଥିକୁ ଟିକେ ଦେଖି ହସିବାକୁ ।

ଭଲଲାଗେ କାହା ପ୍ରତାରଣାର ନିଆଁରେ ଜଳିବି ତାକୁ ବେଶୀ ଭଲପାଇବାକୁ ।।

 

ଭଲଲାଗେ କାହା ପ୍ରେମର ଦରିଆରେ ଟିକେ ଭାସି ଭାସି କୁଳ ଛୁଇଁବାକୁ ।

ଭଲଲାଗେ ପରିବାର ସାଥିରେ ହସଦୁଃଖକୁ ବାଣ୍ଟି ଆଗକୁ ବଢିବାକୁ ।

ଭଲଲାଗେ ବନ୍ଧୁର ସବୁ ଦୁଃଖକୁ ସାଥିରେ ନେଇ ବନ୍ଧୁକୁ ଟିକେ ଖୁସି ଦେଖିବାକୁ ।

ଭଲଲାଗେ ଝିପିଝିପି ବର୍ଷାରେ ଭିଜି ଭିଜି ଘରକୁ ଫେରିବାକୁ ।

ଭଲଲାଗେ ଅଜଣା ବ୍ୟକ୍ତିକୁ ବିନା ସ୍ୱାର୍ଥରେ ଟିକେ ସାହାଯ୍ୟ କରିବାକୁ ।

ଭଲଲାଗେ ନିଜେ ହସି ଅନ୍ୟ ସମସ୍ତଙ୍କୁ ଟିକେ ହସାଇବାକୁ ।

ଭଲ ଲାଗେ କିଛି ଭଲ ପାଇଁ ନିଜକୁ ନିଜେ ସେ କର୍ମ ଭିତରେ ହଯାଇଦେବାକୁ ।

 

 

ଇନ୍ଦ୍ରବାଦଲ ମହାନ୍ତି

ଉଗାଲପୁର, ଜଗତସିଂହପୁର

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.