ଓଡ଼ିଆ ବାର୍ତ୍ତା/ ଈଶାଣୀବ୍ରହ୍ମପୁର: ରାଧା ମାଧବ ମୁକ୍ତ ଶିକ୍ଷା ନିକେତନ ପକ୍ଷରୁ ଈଶାଣୀବ୍ରହ୍ମପୁର ଠାରେ ପବିତ୍ର ଗୁରୁ ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ପୂଜନ କରା ଯିବା ସହ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ର ଳରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଳନ ସହ ତାଙ୍କର ଜୀବନୀ ସମ୍ପର୍କରେ ଆଲୋକପାତ କରାଯାଇ ଥିଲା। ଉକ୍ତ ଉତ୍ସବରେ ଶିକ୍ଷକ ତଥା ପ୍ରତିଷ୍ଠାତା ଧରଣୀଧର ସେଠୀ, ଅଧ୍ୟାପକ ରବୀନ୍ଦ୍ର ଆଚାର୍ଯ୍ୟ, ଶିକ୍ଷକ ଅମୂଲ୍ୟ ଭୋଇ, ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠୀ, ଜଗନ୍ନାଥ ଆଚାର୍ଯ୍ୟ, ରଞ୍ଜିତ ବିଶୋଇ, ନିରଞ୍ଜନ ପଣ୍ଡା, ପ୍ରତାପ ସେଠୀ, ରାଜେଶ ମହାରଣା, ଭାସ୍କର ସେଠୀ, ଜଗଦୀଶ ରାଉତ, ଦେବବ୍ରତ ସାହୁ, ଶିକ୍ଷୟତ୍ରୀ ଆଶ୍ଵାସିନି ସେଠୀ, ଉଜଲା ଦତ୍ତ ଉପସ୍ଥିତ ରହି ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ।





