ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାରେ ଯୋଜନାର ଶାନ୍ତି ଶୃଙ୍ଖଳାର ସହ ସଫଳ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହ ପ୍ରଶାସନିକ ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଯୋଜନା ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ସମୟ ଅବଧି ନଥିବା କହିବା ସହ ଏହି ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଏବଂ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା ଏଣୁ ହିତାଧିକାରୀ ଫର୍ମ ଆବେଦନ ପାଇଁ କୌଣସି ପ୍ରକାର ଅଧର୍ଯ୍ୟ ନ ହେବାକୁ ଅନୁରୋଧ କରିଛନ୍ତି।

Omkar Vasthu
Omkar Vasthu

ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ରହିଥିବା ସରକାରଙ୍କ ଵିଧି ବ୍ୟବସ୍ଥା, ହିତାଧିକାରୀଙ୍କ ପାଇଁ ଯୋଗ୍ୟତା, ଫର୍ମ ଆବେଦନ ଓ ଗ୍ରହଣ ପକ୍ରିୟା, ଯୋଜନା କାର୍ଯ୍ୟକାରିତାରେ ସ୍ୱଛତା ତଥା ସଠିକ ପରିଚାଳନା ନିମିତ୍ତ ପ୍ରଶାସନିକ ବ୍ୟବସ୍ଥାର ସୂଚନା ଦେଇଥିଲେ। ଯୋଜନାରେ ଜିଲ୍ଲାର ୧ ଲକ୍ଷ ୫୨ ହଜାର.୦୧୭ ପରିବାରର ଅନ୍ୟୁନ୍ୟ ୨ଲକ୍ଷ ୯୦ ହଜାର ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ଯୋଜନାର ସୁବ୍ୟବସ୍ଥିତ ପରିଚାଳନା ପାଇଁ ଜିଲାର ୧୧୫୬ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ସମସ୍ତ ହିତାଧୂକାରୀଙ୍କ ନିକଟରେ ଆବେଦନ ଫର୍ମ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଜିଲାରେ ମୋଟ ୩୦୪ ଟି ଜନସେବା କେନ୍ଦ୍ର (ସିଏସ୍‌ସି) ଓ ୧୭୨ ଟି ମୋ ସେବା କେନ୍ଦ୍ର (ଏମଏସକେ) କେନ୍ଦ୍ରରେ ଆବେଦନ ଫର୍ମ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଥିବା ସୂଚୀତ କରିଥିଲେ। କେନ୍ଦ୍ରକୁ ଆସୁଥିବା ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ କେନ୍ଦ୍ରରେ ପାନୀୟ ଜଳ, ଅପେକ୍ଷାସ୍ଥଳ ଓ ଶୌଚାଳୟ ଆଦିର ସୁବ୍ୟବସ୍ଥା ପାଇଁ ସମ୍ପୃକ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନକୁ ସଜାଗ ରଖାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.