ନେସନାଲ କଲେଜ ରେ ବନ ମହୋତ୍ସବ ପାଳିତ

ନୂଆପଡା,୧୦/୭ : ନେସନାଲ କଲେଜ ନୂଆପଡା ରେ ଗତକାଲି ଯୁବା ରେଡ କ୍ରସ ଓ ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ୭୦୦ ଚାରା ରୋପଣ କରାଯାଇଥିଲା । କଲେଜ ଅଧ୍ୟକ୍ଷ୍ୟ ପ୍ରାଧ୍ୟାପକ ସମରେନ୍ଦ୍ର ନାରାୟଣ ଦାସ କାର୍ଯ୍ୟକ୍ରମ ଟି ର ଉଦେଶ୍ୟ ଉପରେ ଆଲୋକପାତ କରି ଥିବା ବେଳେ ଜାତୀୟ ସେବା ଯୋଜନା ଯୋଜନା ଅଧିକାରୀ କପିଳ ଦେବ ପାଣିଗ୍ରାହୀ ପରିବେଷ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଜାତୀୟ ଯୋଜନା ଅଧିକାରୀ ଡ଼ ପ୍ରଣତି ପଣ୍ଡା, ଇଶ୍ୱର ପଟେଲ, ଯୁବ ରେଡ କ୍ରସ ଜିଲ୍ଲା ସଂଯୋଜକ ଅଶ୍ୱିନୀ ଓତା,ସମ୍ପାଦକ ଭୁଖନ ରାମ ଅହିର, ପରାମର୍ଶ ଦାତା ଶିବ ପ୍ରସାଦ ସାହ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ବେଛାସେବୀ ସୁମନ୍ତ ବେହେରା, ମାନସ ପ୍ରଧାନ, ବିନୋଦ ପଟେଲ, ମୂଳଚନ୍ଦ ରଣା ପ୍ରମୁଖ ପରିଚାଳନା ଦାଇତ୍ୱ ତୁଲାଇ ଥିବା ବେଳେ କଲେଜ ର ପ୍ରାଧ୍ୟାପକ କିଶୋର କୁମାର ବାରିକ, ଦୁର୍ଲଭ ଚରଣ ବେହେରା, ଖେଳ ଶିକ୍ଷକ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.