ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ମୋନାର୍ଚ୍ଚ ସିନେମା ହଲ ଛକ ପାଖରେ ସନ୍ଧ୍ୟାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ୪ ଜଣ ଗୁରୁତର ହୋଇଛନ୍ତି। ଆହତ ଯୁବକମାନେ ହେଲେ ଜୁନାଗଡ଼ର ଜାନୁ ମାଝି, ସନ୍ତୋଷ ମାଝି, ଦେବ ବାଗ, ମଧୁ ବାଗ। ଉପସ୍ଥିତ ଲୋକେ ଆହତଙ୍କୁ ଉଦ୍ଧାର କରି ଏକ ଅଟୋରେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଜାନୁ ଓ ଦେବଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଗତ କିଛିଦିନ ହେଲା ନୂଆଁଖାଇ ପାଇଁ ସହରରେ ପ୍ରବଳ ଭିଡ଼ ଲାଗି ରହୁଥିବାବେଳେ ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଗତକାଲି ସନ୍ଧ୍ୟାରେ ଦୁଇଟି ବାଇକ୍ରେ ଦୁଇଜଣ ଲେଖାଏଁ ବିପରୀତ ଦିଗରୁ ଆସୁଥିବାବେଳେ ଉକ୍ତ ସ୍ଥାନରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ, ପିସିଆର ଗାଡି ପହଞ୍ଚିବାରେ ବିଳମ୍ବ ହେବାରୁ ଜନସାଧାରଣରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା।