ଗଞ୍ଜାମ ଜିଲ୍ଲା ସରପଞ୍ଚ ସଙ୍ଘର ବୈଠକ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଳାର ଅଧିଷ୍ଟ୍ରିତ ଦେବୀ ମା ତାରା ତାରିଣୀଙ୍କ ପାଦ ଦେଶର ଏକ କୋଠଘରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସରପଞ୍ଚ ସଙ୍ଘ ର ବାର୍ଷିକ ସମ୍ମିଳନୀ ଓ ସରକାର ଙ୍କ ଠାରେ ବିଭିର୍ଣ୍ଣ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଈ ଯାଇଛି | ଏହି ବୈଠକରେ 503 ଜଣ ସରପଞ୍ଚ ଉପସ୍ଥିତ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ମହିଳା ଉପସଭାପତି ନମିତା ବେହେରା ଜଣାଇ ଛନ୍ତି | ଗତବର୍ଷ ଏହା ତା 08/09/ 23 ତାରିଖ ରେ ଜିଲ୍ଲା ସ୍ତରୀୟ ପ୍ରଥମ ସରପଞ୍ଚ ସଙ୍ଘ ଜିଲ୍ଲାର 22 ଗୋଟି ବ୍ଲକ କୁ ନେଇ ଆରମ୍ଭ କରାଯାଇଥିଲା, ବେଳେ ଆଜି ତାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି | ଏହାସହ ସରପଞ୍ଚ ମାନଙ୍କ 15 ଦଫା ଦାବି ଗତ ବିଜେଡି ସରକାର ଙ୍କ ପାଖରେ ଉପସ୍ଥାପିତ କରା ଯାଇଥିଲା ବେଳେ କିଛି ଦାବି ସେତେବେଳେ ପୂର୍ଣ୍ଣ ହୋଈଛିତ ଆଉକିଛି ଦାବି ବାକି ଅଛି ତାହାକୁ ବର୍ତ୍ତମାନ ର ବିଜେପି ସରକାର ପୂର୍ଣ୍ଣ କରନ୍ତୁ ବୋଲି ସେମାନେ ମତ ଦେଇଛନ୍ତି | ଆଉଗୋଟିଏ ଦାବି ହେଲା ବ୍ଲକ ମଧ୍ୟରେ ଓ ଭୁବନେଶ୍ୱର ରେ ସରକାର ରାଜ୍ୟ ମହିଳା ସରପଞ୍ଚ ମାନଙ୍କ ନିମନ୍ତେ ଏକ ଘର ଯୋଗାଇ ଦେଲେ ରାଜ୍ୟ ସଙ୍ଘର ବହୁ ମହିଳା ସରପଞ୍ଚ ଉପକୃତ ହୋଈ ପାରିବେ | ଏବଂ ବ୍ଲକ ରେ ମଧ୍ୟ ଗୋଟିଏ ଗୃହ କରିଦେଲେ ମହିଳା ସରପଞ୍ଚ ମାନେ ଏକାଠି ବସିପାରିବେବୋଲି ବୈଠକ ରେ କହିଥିଲେ | ମହିଳା ସରପଞ୍ଚ ମାନଙ୍କ କହିବା କାଥା କି ସେମାନେ ସର୍ବସାଧାରଣ ଙ୍କ ଦ୍ୱାରା ପ୍ରତକ୍ଷ ଭାବେ ନିର୍ବାଚିତ ହୋଈ ଥିବା ବେଳେ ବିରୋଧୀ ଦଳ ସେମାନଙ୍କ ବିରୁଦ୍ଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତିତାହାକୁ ସରକାର ବନ୍ଦ କରନ୍ତୁ | ଏହିପରି ବିଭିର୍ଣ୍ଣ ବ୍ଲକର ସରପଞ୍ଚ ମାନେ ଓ ଜିଲ୍ଲା ସମ୍ପାଦକ ବହୁ ଗୁରୁତ୍ୱ ପୂର୍ଣ୍ଣ କଥା ଉପରେ ଅଭିଯୋଗ କରି ମନ୍ତବ୍ୟ ଦେଇଥିଲେ | ଏହାକୁ ଜିଲ୍ଲା ସଭାପତି ମନୋରଞ୍ଜନ ଗୌଡ଼ ସରକାର ଙ୍କ ପାଖରେ ଉପସ୍ଥାପିତ କରି ସମାଧାନ କରାଯିବ ବୋଲି କହିଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପୁରୁଷୋତ୍ତମପୁର ବ୍ଲକ ର ସରପଞ୍ଚ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ |

ଅନ୍ୟ ମାନଙ୍କ ନଧ୍ୟରେ କାର୍ଯ୍ୟକାରୀ ସଭାପତି କ୍ରାନ୍ତି କୁମାରୀ ଦେବୀ, ଉପସଭାପତି କୃଷ୍ଣ ବୈଲା, ରମେଶ ଦଳେଇ, ଶ୍ରୀମତୀ ମିନତୀ ସେଠୀ, ରାଜ ଲକ୍ଷ୍ମୀ ଦାସ, ( ସମ୍ପାଦକ —ଟୁକୁନା ଦାସ, ସହମ୍ପାଦକ ସତ୍ୟବାନ ସାହୁ, କୋଷାଧକ୍ଷ ନୀଳାଞ୍ଚଳ ଗୌଡ଼, ଓ ଉପଦେଷ୍ଟା ମଣ୍ଡଳୀ ର ଅନିଲ କୁମାର ପାଠୀ,ବି କ୍ରିଷ୍ଣା ରାଓ ସୁବୁଦ୍ଧି,କାଶୀନାଥ ବେହେରା, ପଙ୍କଜ ସେଠୀ, ସତ୍ୟବାଦୀ ସ୍ବାଇଁ, ଗଣପତି ସାହୁ, ରବିଚନ୍ଦ୍ର ଗୌଡ଼, ଦୀପକ କୁମାର ଗୌଡ଼,ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ଅନିଲ କୁମାର ନାହାକ, ହୀନ ଖୁଣ୍ଟିଆ, ନମିତା ବେହେରା, ବସନ୍ତ ମହାପାତ୍ର, ବିଚିତ୍ର ବେହେରା, ଶିବ କୁମାର ବେହେରା, ବି ଭାସ୍କର ଦୋରା, ଦାସ ବେହେରା, ଭଗବାନ ପ୍ରଧନ, ସନ୍ତୋଷ ବେହେରା, ଗନ୍ଧିଆ ବେହେରା ଙ୍କ ସହ ବହୁ ରାଇପୁର ଗ୍ରାମବାସୀ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.