ସୋନପୁର : ସୋନପୁର କଲେଜ ପରିଷରରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ଚାରାରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଉମାକାନ୍ତ ନାଗ, କଳ୍ପନା ମିଶ୍ର, ଡ.ଇତିଶ୍ରୀ ଦାସ, କ୍ଷମାସାଗର ସାହୁ, ସନ୍ତୋଷ ମହାପାତ୍ର, ଅନନ୍ତ ଦାସ ପ୍ରମୁଖ ଯୋଗ ଦେଇ ବନୀକରଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏଥିରେ ଉଭୟ ଯୁବ ରେଡକ୍ରସ ଓ ଏନ୍ସିସି ଛାତ୍ରଛାତ୍ରୀ ଯୋଗ ଦେଇ କଲେଜ ପରିସରରେ ସାମୁହିକ ଚାରାରୋପଣ କରିଥିଲେ ।