ପୁରୁଷୋତ୍ତମପୁର ସହରରେ ଚାଲିଛି ଚର୍ଚ୍ଚା; କ’ଣ ହେବ ଅନାସ୍ଥା ପ୍ରସ୍ତାବର ଗତି???

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗତ ୭ତାରିଖ ଦିନ ଏନଏସିର ୯ ଜଣ କାଉନ ସିଲର ମିଶି ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଦାବିପତ୍ର ଦେଇଥିଲା ବେଳେ ଜିଲ୍ଲା ପାଳ ଆସନ୍ତା ୧୨ ତାରିଖ ଦିନ ଛତ୍ରପୁର ଉପଜିଲ୍ଲାପାଳଙ୍କୁ କହି ଅନାସ୍ଥା ଭୋଟ ପାଇଁ ସବୁ କାଉନ ସିଲର ଏବଂ ଅନ୍ୟ କାଉନ ସିଲର ଏବଂ ଅଧକ୍ଷା ଙ୍କୁ ନୋଟିସ ଜାରିକରିଛନ୍ତି | ତେବେ ଆସନ୍ତା କାଲିର ଅନାସ୍ଥା ର ଗତି ବର୍ତମାନ ବଦଳି ଯିବାକୁ ବସିଲାଣି | ତାର ଅର୍ଥ ହେଲା ଅଧକ୍ଷା ହାଇକୋର୍ଟ ର ଆଶ୍ରୟ ନେଇ ଛନ୍ତି | ଏବଂ ହିଏରିଙ୍ଗ ଡେଟ କାଲିକି ଅଛି | ତେଣୁ ହାଇକୋର୍ଟ ରୁ ଅନାସ୍ଥା ସ୍ଥଗିତ ଅର୍ଡର ଆସିବା ପରେ ଗତ କିଛି ଦିନ ହେଲା ଆଜ୍ଞାତ ବାସରେ ଥିବା କାଉନ ସିଲର ମାନେ କଣ କରିବେ, ଆନନ୍ଦ ରେ ଆସି ମନ ଦୁଃଖରେ ଫେରିଯିବେ ନାଁ ଖୁସି ମନାଇବେ | ତାହାହିଁ ଆସନ୍ତା କାଲିକି ଜଣା ପଡିବ | ଜିତ୍ କାହାର ହେବ ???? ବିଜେଡି ଛାଡି ବିଜେପିରେ ମିଶିଥିବା କାଉନ ସିଲର ମାନେ ଚନ୍ଦ୍ରସେଣା ପରି ପରାସ୍ତ ହେବେ ନାଁ କିଛି ନୂଆଁ କୁଟ ନିତି ପ୍ରୟୋଗ କରି ବିଜୟ ହେବେ ତାହାହିଁ ପୁରୁଷୋତ୍ତମପୁର ସହର ରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲିଟିଛି |

ଅଧକ୍ଷା ଙ୍କ କିଛି ସପୋର୍ଟ ତାଙ୍କ ପାଇଁ ଲବି କରୁଥିଲା ବେଳେ, କାଉନ ସିଲର ଙ୍କ ବଳଶାଳି ଗୋଷ୍ଠି ମଧ୍ୟ ହାରିଯିବା କଥାକୁ ଶୁଣି ଛାଡୁ ନାହାନ୍ତି, ତାଙ୍କ ଦଳର ହି ବିଜୟ ହେବ ବୋଲି ଯୁକ୍ତି କରୁଛନ୍ତି | କୋର୍ଟ ଆଜି ପାଇଁ ବିଚାର ରଖି ଥିଲା ବେଳେ କୌଣସି କାରଣରୁ ତାକୁ ବନ୍ଦ କରି ଆସନ୍ତା କାଲିକି ତାଙ୍କର ଶୁଣାଣି ରଖିଛନ୍ତି | ତେବେ ଆସନ୍ତା କାଲିକି ଜଣା ପଡିବ ବିଜେପିର ବିଜୟ ହେଉଛି ନାଁ ବିଜେଡି କୋର୍ଟଙ୍କ ରାୟ ରେ ଅନାସ୍ଥା ବନ୍ଦ କରି ବାରେ ସଫଳ ହେଉଛି | ଏହାସହ କିଛି ଦିନ ହେଲା ଚାଲିଥିବା ନାଟକର ଯବନିକା ମଧ୍ୟ ପଡ଼ିଯିବ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.