ଗଣେଶ ପୂଜା ଉପଲକ୍ଷେ ଧୋବାବାହାଲୀରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ନିକଟସ୍ଥ ଧୋବାବାହାଲୀ ଗ୍ରାମ ଠାରେ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଯୋଗ ଦେଇ ଗ୍ରାମବାସୀଙ୍କୁ ଉଦବୋଧନ ଦେବା ସହ ସବୁ ସଫଳତାର ଗୋଟେ ଚାବିକାଠି ହେଉଛି ଆଧ୍ୟାତ୍ମିକତା ବଜାଇ ରଖିବା ସହ ଭଗବାନଙ୍କ ଶରଣରେ ସମର୍ପିତ ହେବା। ସେହିପରି ସମ୍ମାନିତ ଅତିଥି ଭାବେ ପରାୟଣ ଗାଇକା ଅଳକା ନନ୍ଦ ଦାସ ଯୋଗ ଦେଇଥିଲେ। ପରେ ପାରାୟଣ ଗାଇକା ମୋନାଲି ମହାପାତ୍ରଙ୍କ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ତେଵେ ଧୋବାବାହାଲୀ ପୂଜା କମିଟି ପକ୍ଷରୁ ଗୋପାଳ ଚନ୍ଦ୍ର ସା ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ସା କର୍ତ୍ତାଭାବେ ଦାଇତ୍ଵ ତୁଲାଇ ଥିବା ବେଳେ ସମସ୍ତ ପୂଜା କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.