ଡିସେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିଜିଜ; କୋହଲିଙ୍କ ପ୍ରଦର୍ଶନକୁ ନେଇ ଏବେଠାରୁ ପ୍ରଶଂସକଙ୍କ ଉତ୍କଣ୍ଠା 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିଜିଜ ଆରମ୍ଭ ହେବ। ଏହି ସିରିଜରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଖେଳିବାକୁ ଯାଉଛନ୍ତି, ତେଣୁ ତାଙ୍କ ପ୍ରଦର୍ଶନକୁ ନେଇ ବର୍ତ୍ତମାନ ଠାରୁ ପ୍ରଶଂସକଙ୍କ ଉତ୍କଣ୍ଠା ଦେଖାଦେଇଛି। ଏହାର କାରଣ ହେଲା – କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୭୦୦୦ ରନ ପୂର୍ଣ୍ଣ କରିବାଠାରୁ ଆଉ ୫୮ ରନ ଦୂରରେ ରହିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜରେ ଏହି ଉପଲବ୍ଧି ସେ ହାସଲ କରିବେ ବୋଲି ଆଶା କରାଯାଉଛି।

Omkar Vasthu
Omkar Vasthu

ଏହା ପୂର୍ବରୁ ଦ୍ରୁତ ୨୭୦୦୦ ରନ ହାସଲ କରିବା ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା। ସଚିନଙ୍କ ବ୍ୟତୀତ କୁମାର ସଙ୍ଗକାରା ଓ ରିକି ପଂଟିଂ ଏହି କୀର୍ତିମାନ ସ୍ଥାପନ କରିଛନ୍ତି। କୋହଲିଙ୍କ ନାମରେ ଏହା ପୂର୍ବରୁ ଦ୍ରୁତ ୧୬,୦୦୦ ରନରୁ ୨୬୦୦୦ ପର୍ଯ୍ୟନ୍ତ ରନ ସଂଗ୍ରହ କରିବା ରେକର୍ଡ ରହିଛି। ବାଂଲାଦେଶ ସିରିଜ ପରେ ଭାରତ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜଗୁଡିକରେ ଭଲ ପ୍ରଦର୍ଶନ କଲେ ଟିମ ଇଣ୍ଡିଆ ନିକଟରେ କ୍ରମାଗତ ତୃତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବା ସୁଯୋଗ ରହିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.