କବିତା : ଆଉ କିଛି ଦିନ ଆଡ଼ପ ମଣ୍ଡପେ ପାରନ୍ତ କି ପ୍ରଭୁ ରହି

ଆଉ କିଛି ଦିନ ଆଡ଼ପ ମଣ୍ଡପେ ପାରନ୍ତ କି ପ୍ରଭୁ ରହି

ସୌମେନ୍ଦ୍ର କୁମାର ଦାସ

ଆଉ କିଛି ଦିନ ଆଡ଼ପ ମଣ୍ଡପେ ପାରନ୍ତ କି ପ୍ରଭୁ ରହି ,
ଦର୍ଶନ କରିବୁ ଶ୍ରୀ ମୁଖ ତୁମର ନିର୍ମିମେଷ ନେତ୍ରେ ଚାହିଁ
ଯେତେ ଦେଖିଲେ ବି ତୁମକୁ ପ୍ରଭୁ ହେ ମନ ଜମା ବୁଝୁନାହିଁ
ଆଉ କିଛି ଦିନ ଆଡ଼ପ ମଣ୍ଡପେ ପାରନ୍ତ କି ପ୍ରଭୁ ରହି।

Omkar Vasthu
Omkar Vasthu

 

ଅନୁକୁଳ କରି ରଥ ଗଢିଥିଲେ ଅକ୍ଷୟ ତୃତୀୟା ଦିନୁଁ
ଦୁଇ ମାସ ଧରି ପରିଶ୍ରମ ସବୁ ପାସୋରି ଦେଲ କି ମନୁଁ
ନବ ଦିନ ପରେ ସେ ସବୁକୁ କିଆଁ ଅଲୋଡା କର ଗୋସାଇଁ
ଆଉ କିଛି ଦିନ ଆଡ଼ପ ମଣ୍ଡପେ ପାରନ୍ତ କି ପ୍ରଭୁ ରହି ।

Pearl dental clinic
Near Ashish Medical Store, Bhawanipatna

 

ଆସିଥିଲ ପ୍ରଭୁ ନବ ଦିନ ପୂର୍ବେ ନନ୍ଦିଘୋଷ ରଥ ଚଢି
ଭକତେ ବାଣ୍ଟିଲ କରୁଣା ପ୍ରସାଦ ପ୍ରିତୀର ବାରି ଅଜାଡି
ସେଥିରୁ ଆମକୁ ବଞ୍ଚିତ କରି କାହିଁକି ଦିଅ ଭଣ୍ଡେଇ
ଆଉ କିଛି ଦିନ ଆଡ଼ପ ମଣ୍ଡପେ ପାରନ୍ତ କି ପ୍ରଭୁ ରହି ।

Udyog Nursery
Udyogi Nursery

 

ଜାଣିଛି ଆସିବ ଆର ବରଷକୁ ତୁମ ବଚନଟି ଧ୍ରୁବ
ଜନ୍ମବେଦୀ ପରେ ତୁମ ଦରଶନ କିଏ ବା ପାସୋରି ଦେବ
ସେଥିରୁ ବଞ୍ଚିତ ହେବାକୁ ପ୍ରଭୁ ହେ ମନ ଜମା ବଳୁ ନାହିଁ
ଆଉ କିଛି ଦିନ ଆଡ଼ପ ମଣ୍ଡପେ ପାରନ୍ତ କି ପ୍ରଭୁ ରହି ।

 

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.