ପ୍ରଦ୍ୟୁମ୍ନ ସାହୁଙ୍କ ‘ଆମର୍ ଭାଷାର ଯୁଡ଼େ ନାଟ୍’ ପୁସ୍ତକ ଲୋକାର୍ପିତ

ଜିଲ୍ଲା ସଦର ମହକୁମାରେ ବି ନାଟକ ପରିବେଷଣ ପାଇଁ ମଂଚଟିଏ ନଥିବା ଦୁର୍ଭାଗ୍ୟଜନକ – ଆଲୋଚନାଚକ୍ରରେ କ୍ଷୋଭ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜକିଶୋର ତ୍ରିପାଠୀ): ବିଶିଷ୍ଟ ଯୁବ ନାଟ୍ୟକାର , ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ନାଟକ ସଂକଳନ ‘ଆମର୍ ଭାଷାର ଯୁଡେ ନାଟ୍’ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଗୌରୀ ଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟକାରଙ୍କ ସମେତ କବି ଆର୍ତ୍ତତ୍ରାଣ ବାବୁ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଦସ୍ୟ ନାଟ୍ୟଶ୍ରୀ ଗଦାଧର ବାରିକ , ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମାଓମ ପ୍ରସାଦ ମିଶ୍ର, ବଲାଙ୍ଗିର ଲୋକସଭା ସାଂସଦଙ୍କର ଜିଲ୍ଲା ପ୍ରତିନିଧି ଶରତ ଶତପଥି, ମୂଦ୍ରଣକାର ଗତିକୃଷ୍ଣ ବଣିଆଁ ଏବଂ ପ୍ରକାଶିକା ସବିତା ସାହୁ ଉପସ୍ଥିତ ରହି ପୁସ୍ତକଟି ଲୋକାର୍ପଣ କରିଥିଲେ । କୁଇଲି ଏବଂ ଉଲଟା ଭାରତ ପରି ଦୁଇଟି ଭିନ୍ନ ସ୍ୱାଦର ନାଟକ ସଂକଳିତ ଏହି ପୁସ୍ତକଟି ସୁଖପାଠ୍ୟ ହେବା ସହ ନାଟ୍ୟ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

ପରେ ପରେ ‘ସୁବର୍ଣ୍ଣପୁରରେ ନାଟକ ମଞ୍ଚର ସ୍ଥିତି ଓ ଆବେଗ’ ଶୀର୍ଷକ ଆଲୋଚନା ଚକ୍ରରେ ଭାଗନେଇ ଜିଲ୍ଲା ସଦର ମହକୁମାରେ ବି ନାଟକ ପରିବେଷଣ ପାଇଁ ମଂଚଟିଏ ନଥିବା ଦୁର୍ଭାଗ୍ୟଜନକ ବୋଲି ଆଲୋଚ଼କମାନେ କ୍ଷୋଭ ପ୍ରକାଶ କରିଥିଲେ । ଐତିହ୍ୟ ଓ ସସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁରରେ ଅନ୍ୟ ଅନୁଷ୍ଠାନଙ୍କ ଦ୍ୱାରା ନାଟକ ଉତ୍ସବ ବିଶେଷ କରି ନୋଡ଼ାଲ ଏସୋସିଏସନ ଫର ଏମେଚ୍ୟୋର ଥିଏଟର ଦ୍ୱାରା ଜାତୀୟସ୍ତରୀୟ ନାଟକ ମହୋତ୍ସବ ‘ରାଷ୍ଟ୍ରୀୟ ନାଟ୍ ମେଲା ‘ ଆୟୋଜିତ ହୋଇଆସୁଥିଲା । କିନ୍ତୁ ଭୀମଭୋଇ କଳାମଣ୍ଡପ ଭଙ୍ଗାଯିବା ପରେ ନାଟକ ଉପଯୋଗୀ ମଞ୍ଚଟିଏର ଅଭାବ ଯୋଗୁଁ ବିଗତବର୍ଷରୁ ଆଉ କୌଣସି ଜାତୀୟସ୍ତରୀୟ ନାଟକ ଉତ୍ସବ ଅନୁଷ୍ଠିତ ହେବା ସମ୍ଭବପର ହୋଇପାରୁନାହିଁ । ଏ ଦିଗରେ ସଂସ୍କୃତିପ୍ରେମୀ ଓ ପ୍ରଶାସନର ତତ୍ପରତା ସମେତ ରାଜନୈତିକ ଇଛା ଶକ୍ତିର ବିଶେଷ ଆବଶ୍ୟକତା ରହିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରକାଶିତ ନାଟକ ଦ୍ୱୟରେ ବିଭିନ୍ନ ସମୟରେ ଅଭିନୟ କରିଥିବା କଳକାରମାନେ ନାଟ୍ୟକାରଙ୍କୁ ଶୁଭେଚ୍ଛା ଜଣାଇବା ସହ ନାଟକ ପରିବେଷଣ ସମୟର ଅନୁଭୂତି ବାଣ୍ଟିଥିଲେ । ନାଟର ସାଧାରଣ ସଂପାଦକ ବନମାଳି ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସାହିତ୍ୟ ସଂପାଦକ ନରେନ୍ଦ୍ର କୁମାର ଭୋଇ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ରଖିଥିଲେ ଏବଂ ନାଟ୍ ସମାଜସେବା ଅନ୍ତରୀଣ କମିଟିର କାର୍ଯ୍ୟନିର୍ବାହୀ ଆବାହିକା ପ୍ରଜ୍ଞା ପରିମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧାପକ ସନ୍ତୋଷ ପାଢୀ, ପୁରୁଷୋତ୍ତମ ପାଣିଗ୍ରାହୀ, ସୌରଭ ରଂଜନ ଖମାରୀ, ଉମାକାନ୍ତ ନାଗ, ରଞ୍ଜିତା ପଣ୍ଡା, କବି ଆଶିଷ ମିଶ୍ର, ଅବିନାଶ ହୋତା, ସଞ୍ଜୟ କୁମାର ପଣ୍ଡା, ସମୀର ସାହୁ, ପ୍ଲାବନ ମହାପାତ୍ର, ଶ୍ରୀଧର ବାଘ ପ୍ରମୂଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.