ସକଳ ଶିଳ୍ପକଳାର ଜନକ ‘ବିଶ୍ବକର୍ମା’

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଜି ସେପ୍ଟେମ୍ୱର ମାସ ୧୬ ତାରିଖ ସୋମବାର ଦିନ ପାଳିତ ହେବ ବିଶ୍ବକର୍ମା ପୂଜା। ବିଭିନ୍ନ ଅନୁଷ୍ଠାନରେ ପୂଜା ପାଇବେ ଦେବଶିଳ୍ପୀ। ଏଥିପାଇଁ ସହରଠୁ ଗାଁ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଦେଶସାରା ବିଶ୍ବକର୍ମା ପୂଜା ଅନୁଷ୍ଠିତ ହେଉଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରବଳ ଉତ୍ସାହ ଉଦ୍ଦୀପନା ଓ ଜାକଜମକର ସହ ପାଳିତ ହୋଇଥାଏ। ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସମଗ୍ର ସୃଷ୍ଟି ରଚନା କରିଥିଲେ। ଦେବତାମାନଙ୍କର ସମସ୍ତ ଶସ୍ତ୍ର ଓ ବିମାନ ଆଦି ଏହାଙ୍କ ଦ୍ୱାରା ନିର୍ମିତ। ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ଦେବଶିଳ୍ପୀ ବିଶ୍ବକର୍ମା  ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା। ତେଣୁ ଶିଳ୍ପୀମାନେ ନିଷ୍ଠାର ସହ ବିଶ୍ଵକର୍ମାଙ୍କ ପୂଜା ଆରାଧନା କରିଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.