‘ମାସ୍’ର ଗାନ୍ଧୀ ଜୟନ୍ତୀ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସଂଗଠନର ୨ଟି ଶାଖାର ସଂଯୋଜକଙ୍କ ନାମ ଘୋଷଣା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ମାନବ ଅଧିକାର ସୁରକ୍ଷା ସଂସଦ (ମାସ୍) ପକ୍ଷରୁ ଆସନ୍ତା ଅକ୍ଟୋବର ୨ ଓ ୩ ତାରିଖ ଦୁଇଦିନ ଧରି ଗାନ୍ଧୀ ଜୟନ୍ତୀ ସପ୍ତାହ ପାଳନ କରାଯିବା ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଆଜିମାବାଦସ୍ଥିତ ‘ବହିଘର-ବିଦ୍ୟାଭାରତୀ’ ସଭାଗୃହରେ ୧୫ ତାରିଖ ଅପରାହ୍ଣରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସଂଗଠନର ସଦସ୍ୟମାନଙ୍କ ସହମତିରେ ଗାନ୍ଧୀଜୟନ୍ତୀକୁ ଅଧିକ ମର୍ଯ୍ୟାଦା ଦେବା ସହିତ ଅଧିକ ଗୋଟିଏ ଦିନ ପାଳନ କରିବା ଲାଗି ସ୍ଥିର କରାଯାଇଛି। ଏହା ଛଡ଼ା ଚଳିତ ବର୍ଷ ଠାରୁ ଗାନ୍ଧୀଙ୍କ ଜୀବନ ଓ ଆଦର୍ଶକୁ ଯୁବବର୍ଗ, ଛାତ୍ରଛାତ୍ରୀ ତଥା ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ୨ ତାରିଖ ସମେତ ୮ ତାରିଖ ଭିତରେ ଅଧିକ ଯେ କୌଣସି ଗୋଟିଏ ଦିନ ପାଳନ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

ବାଲେଶ୍ବର ସହରର ଯେଉଁ ସ୍ଥାନମାନଙ୍କରେ ଗାନ୍ଧୀମୂର୍ତ୍ତି ଅବସ୍ଥାପିତ ସେଠାରେ ମାଲ୍ୟାର୍ପଣ କରାଯିବା, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଗାନ୍ଧୀଙ୍କ ସଂପର୍କରେ ପ୍ରବନ୍ଧ, ସାଧାରଣଜ୍ଞାନ, ଚିତ୍ରାଙ୍କନ, ଗାନ୍ଧୀଙ୍କ ପ୍ରିୟ ଭଜନ ଗାୟନ ଆଦି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବା, ଜନସାଧାରଣଙ୍କ ମଧ୍ୟରେ ଚାରା ବଣ୍ଟନ, ଗାନ୍ଧୀଙ୍କ ସଂପର୍କରେ ସେମିନାର ଏବଂ ସାର୍ବଜନୀନ ସ୍ଥାନରେ ସଭା ଆୟୋଜନ କରିବା ଲାଗି ବୈଠକରେ ସ୍ଥିରୀକୃତ ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

‘ମାସ୍’ର ସଭାପତି ଅଭୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ଦେବାଶିଷ ପଣ୍ଡା ପ୍ରାଥମିକ ସୂଚନା ଦେଇଥିବା ବେଳେ କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ, ପ୍ରଣିତା ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଯାଦବେଶ ମିଶ୍ର, ମଦନ ମୋହନ ପୁହାଣ, ଜ୍ଞାନାନନ୍ଦ ମିଶ୍ର, ‘ମହାକାଳ’ ଚଳଚ୍ଚିତ୍ରର ନାୟକ ଓ ନିର୍ଦ୍ଦେଶକ ଦେବବ୍ରତ ପ୍ରଧାନ, ବାଦଲ୍ ପାତ୍ର, ବିପ୍ଳବ ଦାସ ମହାପାତ୍ର, ଚିତ୍ତରଞ୍ଜନ ଦାସ, ମଞ୍ଜୁଲତା ବଳ, ଦେବାଶିଷ ସିଂହ, ପ୍ରତିମା ପଣ୍ଡା ଏବଂ ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ଦାସ ସଂଗଠନର ୨ଟି ଶାଖାର ସଂଯୋଜକଙ୍କ ନାମ ଘୋଷଣା କରିଥିଲେ। ‘ଗାନ୍ଧୀବାଦୀ ଓ ସର୍ବୋଦୟ ବିଚାର ପ୍ରସାର ଅଭିଯାନ’ର ସଂଯୋଜିକା ଭାବରେ ପ୍ରତିମା ପଣ୍ଡା ଏବଂ ‘ପରିବେଶ ସୁରକ୍ଷା ଅଭିଯାନ’ର ସଂଯୋଜକ ଭାବରେ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.