ଜୁନାଗଡ଼ ସହରରେ ପାଳିତ ହେଲା ମହମ୍ମଦ ଜୟନ୍ତୀ  

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ସୋମବାର ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟଙ୍କ ପକ୍ଷରୁ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ପରିବାରର ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରି ନମାଜ ପାଠ କରିବା ସହ ସମସ୍ତଙ୍କୁ ମିଲାଦ ସରିଫ ବା ଶୁଭେଚ୍ଛା ଜଣାଇଥିଲେ । ଏଠାରେ ହାଫିଜ୍ ଜି ନଜରୁଲ ମୁସ୍ତଫା ଓ ହାଫିଜ୍ ଜି ଆତାହୁଲ ରହମାନ ସାହିଦ ଉପସ୍ଥିତ ରହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରେ ସ୍ଥାନୀୟ ଜମା ମସଜିଦ ପକ୍ଷରୁ ସୁସଜିତ ମେଢରେ ଛୋଟ ଶିଶୁଠୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ହାତରେ ପତକା ଧରି ଏକ ବିରାଟ ଶୋଭାଯାତ୍ରା (ଜୁଲୁସ୍) ରେ ନଗର ପରିକ୍ରମା କରି ଜୁନାଗଡ ସହରବାସୀଙ୍କୁ ଅଭିନନ୍ଦ ଜଣାଇଥିଲେ । ଏଥିରେ ମସଜିଦ କମିଟି ସମ୍ପ୍ରଦାୟ ସଭାପତି ଦାୱଦ ଖାନ୍, ସମ୍ପାଦକ ଶେଖ ୱାହିଦ ଖାନ, କୋଷାଧ୍ଯକ୍ଷ ଅବଦୁଲ ମଜିଦ ସୋଲାଙ୍କି ଏବଂ ଇଦ ମିଲାଦୁନ ନବି ସଞ୍ଚାଳନ କମିଟିର ସଭାପତି ହନିଫ ମହମ୍ମଦ,ସମ୍ପାଦକ ଦିଲାୱାର ମହମ୍ମଦ ପ୍ରମୁଖ ନେତୃତ୍ବ ନେଇଥିଲେ। ଏହି (ଜୁଲୁସ୍) ନଗର ପରିକ୍ରମାରେ ଜୁନାଗଡ଼ ସହରର ସମସ୍ତ ମୁସଲିମ ଭାଇ ଉପସ୍ଥିତ ରହିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.