ଓଡ଼ିଆ ବାର୍ତ୍ତା/ ସଇଁତଲା: ବଡମାଲ ଗ୍ରାମରେ ନୂଆଁଖାଇ ଭେଟଘାଟ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସକାଳ ସମୟରେ ଗ୍ରାମ ଦେବାଦେବୀ ପୀଠରୁ ଶୋଭାଯାତ୍ରାରେ ବାହାରି ପ୍ରହରି ମଣ୍ଡପ ନିକଟ ମଞ୍ଚରେ ସ୍ଥାପନ କରାଯାଇଥିଲା। ତାପରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ କ୍ରୀଡା ଓ ପ୍ରତିଯୋଗିତା କରାଯାଇଥିଲା । ପରେ ସନ୍ଧ୍ୟା ସାତ ଟାରେ କାର୍ଯକ୍ରମ ଆରମ୍ଭ ହୋଇଥିଲା । ନୂଆଖାଇ ଭେଟଘାଟ କାର୍ଯକ୍ରମର ସଭାପତି ମଧୁସୂଦନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଗ୍ରାମର ଭଦ୍ରବ୍ୟକ୍ତି ଶୁଦେବ ଭୋଇ, ଡିଙ୍ଗର ଭୋଇ, ଦେବେନ୍ଦ୍ର ମାଝୀ, ପ୍ରସାଦି ଭୋଇ, ନାରଦ ଭୋଇ, ବେଳଧର ବଗର୍ତ୍ତୀ, ଶ୍ରୀକର ଭୋଇ, ସର୍ବେଶ୍ଵର ମହାପାତ୍ର, ବଂଶୀଧର ଭୋଇ, ଧବଳେଶ୍ଵର ଭୋଇ, ଶିବ ବଗର୍ତ୍ତୀ, ଗଣ୍ଡାରାମ ଭୋଇ, ଗଙ୍ଗା ମାଝୀ, ନନ୍ଦ ଭୋଇ, କନ୍ଧ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ନବକୁମାର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଜୁନ ବଗର୍ତ୍ତୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଦିବଂଗତ ସର୍ଗତ କୈବଲ୍ୟ ମାଝୀଙ୍କ ବିୟୋଗରେ ନୀରବ ପାର୍ଥନା କରି ଆତ୍ମାର ସଦଗତି କାମନା କରିଥିଲେ । ଗ୍ରାମର ନୂତନ କରି ବିଭିନ୍ନ କ୍ଷେତ୍ରରେ ସରକାରୀ ଚାକିରୀ କରୁଥିବା ଦାମୋଦର ମାଝୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ତପୋବାନ୍ତି ମାଝୀ କନିଷ୍ଠ କିରାଣୀ ସୁଶ୍ରୀ ଲିଲି ଭୋଇ ପୋଷ୍ଟଲ୍ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରଂଯୁକ୍ତା ମାଝୀ କନିଷ୍ଠ କିରାଣୀ ସୁଶାନ୍ତ ଭୋଇ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ନୀଳମଣି ଭୋଇ, ପୋଲିସ ଅଧିକାରୀ ଶସିଧର ଭୋଇ କୃଷି ଅଧିକାରୀ ଓମ୍ ପ୍ରକାଶ ଭୋଇ ପ୍ରତିରକ୍ଷା ବାହିନୀ ପୋଲିସ ସଞ୍ଜୟ ଭୋଇ ଭାରତୀୟ ସେନା ପ୍ରମୁଖଙ୍କୁ ସମର୍ଦ୍ଧନା କରାଯାଇଥିଲା। ଚାମଚ୍ ବାଟି ଏବଂ ହାଣ୍ଡିଫଟା କାର୍ଯକ୍ରମ ବେଶ୍ ରୋମାଞ୍ଚକର ହୋଇଥିଲା । ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମନମୁଗ୍ଧ କରି ପାରିଥିଲେ । ପ୍ରଥମକରି ଏପରି ନୂଆଖାଇ ଭେଠଘାଟ କାର୍ଯ୍ୟକ୍ରମ ଆୟୋଜନରେ ଗ୍ରାମବାସୀ ବହୁତ୍ ଆନନ୍ଦ ଅନୁଭବ କରିଥିଲେ । ସାଂସ୍କୃତିକ କାର୍ଯକ୍ରମକୁ ଚୂଡ଼ାମଣି ଭୋଇ ଓ ପୁଷ୍ପାଞ୍ଜଳି ମାଝୀ ପରିଚାଳନା କରିଥିଲେ । ଧନ୍ୟବାଦ ଦେଇଥିଲେ ସୁଶାନ୍ତ ଭୋଇ । ନାରାୟଣ ମାଝୀ, ନବୀନ ଭୋଇ, ସୁଦାମ ସାହୁ, ଯଦୁମଣି ଭୋଇ, ପ୍ରତାପ ମାଝୀ, ଶିବ ଭୋଇ, ମନୋଜ ମାଝୀ, ଶଙ୍କର ଭୋଇ, ଉଦ୍ଧବ ମାଝୀ, ରମା ଭୋଇ, ଦିଲୀପ ମାଝୀ, ଜୟକୃଷ୍ଣ ଭୋଇ, ଚିନ୍ତା ପୋଢ଼, ମଧୁ ଭୋଇ, ଡୋଳାମନି ବଗର୍ତ୍ତୀ, ଚନ୍ଦ୍ର ଭୋଇ, ରାଜୀବ ଲୋଚନ ଭୋଇ, ସରୋଜ ମାଝୀ, ନିମାଇ ଭୋଇ, ଶଙ୍କର ଭୋଇ, ଦିନେଶ ଭୋଇ ପ୍ରମୁଖ ତଥା ନୂଆଖାଇ ଭେଟଘାଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।