ବୋଲଗଡ଼ ଠାରେ ବଜରଙ୍ଗ ଦଳ କାର୍ଯ୍ୟାଳୟର ଶୁଭ ଗୃହ ପ୍ରବେଶ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବଜରଙ୍ଗ ଦଳ ବୋଲଗଡ ପ୍ରଖଣ୍ଡ ତରଫରୁ ସୋମବାର ବୋଲଗଡ ଗଣେଶ ବଜାର ଠାରେ ସଙ୍ଗଠନ ନିମନ୍ତେ ଏକ କାର୍ଯ୍ୟାଳୟର ଶୁଭ-ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ଇତେଶ କୁମାର ବେହେରାଙ୍କ ଆବାହକତ୍ବ ଏବଂ ଅଧିକାରୀ ଅନନ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଏହି ଅବସରରେ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା। ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ଓ ଗୋସେବା ଭଳି ଅନେକ କାର୍ଯ୍ୟକ୍ରମର ଦାୟିତ୍ୱ ନିଆଯିବ ବୋଲି ସହ-ସଂଯୋଜକ ଲୋକଜିତ ପରିଡା ସୂଚନା ଦେଇଛନ୍ତି। ଏହି ଶୁଭ ପ୍ରବେଶ ଅବସରରେ ଶ୍ରୀତମ କୁମାର ପ୍ରଧାନ, ତରୁଣ କୁମାର ସାହୁ, ସରୋଜ ଜେନା, ଶୁଭମ ଦଳବେହେରା, ପତିଶ ଦଳବେହେରା, ରାଜେନ୍ଦ୍ର କୁମାର ରାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.