ସର୍ଗିଗୁଡା ବ୍ରାହ୍ମଣ ସମାଜର ନୂଆଖାଇ ଭେଟଘାଟ; ସମ୍ବର୍ଦ୍ଧିତ ହେଲେ ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ ସନ୍ତୋଷ କୁମାର କର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସର୍ଗିଗୁଡା ବ୍ରାହ୍ମଣ ସମାଜର ନୂଆଖାଇ ଭେଟଘାଟ ସମାରୋହ ନର୍ଲା ଚାରିଛକ ନିକଟସ୍ଥ ମାଉଣ୍ଟେନ କିଡ୍ସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସର୍ଗିଗୁଡା ବ୍ରାହ୍ମଣ ସମାଜର ସଭାପତି କୁମୁଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ନର୍ଲା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଚାନ୍ଦ, ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ରାହ୍ମଣ ସମାଜର ସଭାପତି ବଦ୍ରି ପ୍ରସାଦ ମିଶ୍ର, ମାଉଣ୍ଟେନ ସ୍କୁଲର ଅଧ୍ୟକ୍ଷ ନବୀନ କୁମାର ଦାଶ, ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ସଂଘମୀତ୍ରା ପଣ୍ଡା, ଅବସରପ୍ରାପ୍ତ ପୂର୍ତ୍ତ ବିଭାଗ କର୍ମଚାରୀ ପରୀକ୍ଷିତ ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

ପ୍ରଥମେ ଅତିଥି ବୃନ୍ଦ ପର୍ଶୁରାମ, ବିଶ୍ଵକର୍ମା ଓ ବାକଦେବୀ ମା ସରସ୍ବତୀଙ୍କ ପୂଜନ କରିଥିଲେ। ଏହାପରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ନର୍ଲାରୋଡ ଜୟଦୂର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ସର୍ଗିଗୁଡ଼ା ବ୍ରାହ୍ମଣ ସମାଜର କୋଷାଧ୍ୟକ୍ଷ ସନ୍ତୋଷ କୁମାର କରଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକ ସନ୍ତୋଷ କୁମାର କର ପଲ୍ଲୀରୁ ଦିଲ୍ଲୀ ଯାଏଁ ତାଙ୍କ ଜୟ ଯାତ୍ରାର ଅନୁଭୂତି ବଖାଣିଥିଲେ। ସର୍ଗିଗୁଡା ବ୍ରାହ୍ମଣ ସମାଜର ସଭାପତି କୁମୁଦ ଚନ୍ଦ୍ର ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିଥି ବୃନ୍ଦ ନୂଆଖାଇର ବୈଶିଷ୍ଟତା ଉପରେ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସର୍ଗିଗୁଡ଼ା ବ୍ରାହ୍ମଣ ସମାଜ ସମ୍ପାଦକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସର୍ଗିଗୁଡ଼ା ବ୍ରାହ୍ମଣ ସମାଜ ପର୍ଶୁରାମ ବାହିନୀ ସଂଯୋଜକ ସନ୍ଦୀପ ସାମନ୍ତରାୟ (ମଣ୍ଟୁ), ସଦସ୍ୟ ଅଜୟ ନନ୍ଦ, ସରୋଜ ମିଶ୍ର, ବିଭୁତି ରଥ, ବୃନ୍ଦାବନ ମିଶ୍ର, ବସନ୍ତ ମିଶ୍ର, ମଳୟ କୁମାର ପଣ୍ଡା, ସଞ୍ଜୟ କୁମାର ପଣ୍ଡା, ବିଘ୍ନରାଜ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ନର୍ଲା ବ୍ଲକ ବ୍ରାହ୍ମଣ ସମାଜର ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.