ପୁରୁଷୋତ୍ତମପୁର ବ୍ଲକ ପକ୍ଷରୁ ସୁଭଦ୍ରା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ପୁରୁଷୋତ୍ତମପୁର ବ୍ଲକ ତରଫରୁ ଆଜି ସୁଭଦ୍ରା ଯୋଜନା ର ମେଳା ସ୍ଥାନୀୟ ତାରା ତାରିଣୀ ମହାବିଦ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ବେହେରା ଓ ବିଡ଼ିଓ ଶ୍ରୀ ଯୁକ୍ତ ମନୋଜ କୁମାର ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପିର ଜିଲ୍ଲା ମହିଳା ସମ୍ପାଦିକା ଭାରତୀ ବେହେରା,ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଲଳିତା ମଲିକ, ପୂର୍ବତନ ଖଲ୍ଲିକୋଟ ଏନ.ଏ.ସି ଅଧ୍ୟକ୍ଷା ଯୋଛନା ନାୟକ, ସ୍ଥାନୀୟ ତହସିଲଦାର ସୁଶ୍ରୀ ଲୋପାମୁଦ୍ରା ରଥ, ଏନ.ଏ.ସି ଉପାଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ମଞ୍ଚାସିନ ରହି ସୁଭଦ୍ରା ଯୋଜନା ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ମହିଳା ସଶସ୍ତ୍ରୀ କରଣ କାର୍ଯ୍ୟ କର୍ମ ଦ୍ୱାରା ସାଢେ ଦେଢ଼ କୋଟି ମହିଳା ଉପକୃତ ହୋଊ ପାରିବେ ବୋଲି କହିଥିଲେ ଏବଂ ହଡ଼ ବଡ଼ ନହୋଇ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆବେଦନ କରିଥିବା ମହିଳାଙ୍କ ଖାତାକୁ ଟଙ୍କା ଯିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଠାରେ ଆଜି ତାଙ୍କର ଜନ୍ମ ଦିନ ଅବସର ରେ ଜନତା ମଇଦାନ ରେ ଦିନ ୧୨ଘଣ୍ଟ ୩୦ ମିନଟ ସମୟରେ ଆରମ୍ଭ କରି ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପଠେଇବା ଆରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଆରମ୍ବ କରିଥିଲେ। ତେବେ ଶେଷ ମହୁର୍ତ୍ତରେ ଖଲ୍ଲିକୋଟ ବିଧାୟକ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ଘୁମୁସର ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀ ଅନିଲ କୁମାର ପଣ୍ଡା ଙ୍କ ସହିତ ବହୁ ନେତା ଯୋଗ ଦେଇଥିଲେ, ତତ ସହିତ ଦୂର ଦୁରାନ୍ତରୁ ବହୁ ଦଳୀୟ କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସମସ୍ତ ସୁପର ଭାଇଜର, ସ୍ୱୟଂ ସହାୟିକା ମହିଳା ଏବଂ ପ୍ରାୟ ସୁଭଦ୍ରା ପାଇଁ ୩ ହଜାର ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିଲାବେକେ ଏହି କାର୍ଯ୍ୟକ୍ରମ କୁ ବ୍ଲକ ର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଯନ୍ତ୍ରୀ ନାଗ ଭୂଷଣ ଯାଦବ, ସିପି ବରୁଣ ମିଶ୍ର ଙ୍କ ସହ ସମସ୍ତ ଷ୍ଟାଫ, ପିଇଓ, ଓ ଜି.ଆର.ଏସ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.