ନର୍ଲା ବ୍ଲକ ପରିସରରେ ସୁଭଦ୍ରା କାର୍ଯ୍ୟକ୍ରମ; ଭର୍ଚୁଆଲ ମୋଡରେ ମୋଦୀଙ୍କ କଥା ଶୁଣିଲେ ଜନସାଧାରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଜନ୍ମଦିନ। ପ୍ରଧାନ ମନ୍ତ୍ରୀ ମୋଦୀ ଆସିଛନ୍ତି ଓଡ଼ିଶା। ରାଜ୍ୟ ସରକାରଙ୍କ ଶୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫,୦୦୦ ଟଙ୍କା ଆବେଦନ କରିଥିବା ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଟ୍ରାନ୍ସଫର କଲେ ମୋଦୀ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ରେ ବ୍ୟାପକ ଆୟୋଜନ ହୋଇଥିଲା। ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ଵର ଜନତା ମଇଦାନରେ ସ୍ବତନ୍ତ୍ର ଉତ୍ସବରେ ବଟନ ଟିପି ଶୁଭାରମ୍ଭ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଯାଏଁ ସୁଭଦ୍ରା ଯୋଜନାରେ ପଞ୍ଜୀକୃତ କରିଛନ୍ତି ୭୨ ଲକ୍ଷ ମହିଳା। ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ହିତାଧିକାରୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯାଇଛି। ତେବେ ଆଜି ଭଚୁଆଲ ମାଧ୍ୟମରେ ୧ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Omkar Vasthu
Omkar Vasthu

ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରିସରରେ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସାରା ରାଜ୍ୟର ପ୍ରତ୍ୟେକ ବ୍ଲକ ରେ ଏଥିପାଇଁ ଭିଡିଓ କାନଫରେନ୍ସିଂ ର ବ୍ୟବସ୍ଥା କରାଯାଇଥିଲା। ଏଥିରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତିର ମହିଳା ମାନେ, ସିଆରପି,ଏମବିକେ ଓ ବ୍ୟାଙ୍କ ମିତ୍ର ମାନେ ଉପସ୍ଥିତ ରହି ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଦେଖିଲେ ଓ ତାଙ୍କର ଉଦବୋଧନ ଶୁଣିଲେ। ଏହି କ୍ରମରେ ନର୍ଲା ବ୍ଲକ ପରିସରରେ ବ୍ଲକ ପ୍ରଶାସନ ତରଫରୁ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଙ୍କ ନେତୃତ୍ଵରେ ଏନେଇ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନର୍ଲା ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ମିଶନ ଶକ୍ତି ନର୍ଲା ସଂଯୋଜକ ରୋହିତ ବିଶ୍ଵାଳ, ବିପିସି ଭୋଳାନାଥ ଦାସ, ବିଏଲସି ସନତ କୁମାର ସାହୁ, ସେକ୍ସନ ଅଫିସର ଦିଗ ପଧାନ, ଆଇସିଡିଏସ ସୁପରଭାଇଯର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ ମଧ୍ଯ ଉପସ୍ଥିତ ଥିଲେ। ପୂର୍ବାହ୍ନ ୧୧ ଟା ରୁ ମଧ୍ୟାହ୍ନ ୧.୩୦ ଯାଏଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୦୦୦ ରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ଯୋଜନା ର ଏହି କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଣିଥିଲେ। ଇତ୍ୟବସରରେ ନର୍ଲା ବ୍ଲକ ଅଞ୍ଚଳର ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ୧୦ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରଯାଇଥିବା ବେଳେ ଏହି ଯୋଜନା ଅଧିନରେ ଶୀଘ୍ର ଘର ନିର୍ମାଣ ସାରିଥିବା ୧୦ ଜଣ ଉପଭୋକ୍ତାଙ୍କୁ ବ୍ଲକ ପ୍ରଶାସନ ତରଫରୁ ବିଡିଓ ଶ୍ରୀ ସୁନା ଉପଢୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ମିଶନ ଶକ୍ତି ବ୍ଲକ ସଂଯୋଜକ ଶ୍ରୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.