ଶୁଭାରମ୍ଭ ହେଲା ସୁଭଦ୍ରା ଯୋଜନା; ହିତାଧିକାରୀଙ୍କ ଖାତାକୁ ଗଲା ଅର୍ଥ ରାଶି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟରେ ବିଜେପି ସରକାରକୁ ଆସିଲେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବ ଓ ପ୍ରତ୍ୟେକ ମହିଳା ଙ୍କୁ ୫୦ ହଜାର ଟଙ୍କା ସହାୟତା କରିବାକୁ ଘୋଷଣା କରିଥିଲେ l ଆଜି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କ ଜମାଖାତାକୁ ଯାଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ମଙ୍ଗଳବାର ଏହାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଧାନ ମଣ୍ଡି ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ନବୀନ କିଶୋର ପାଢ଼ୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବ୍ଲକର ଅଙ୍ଗନବାଡି କର୍ମୀ, ଆଶା, ଏମବିକେ, ସିଆରପି, ମିଶନ ଶକ୍ତି ମହିଳା, ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.