ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: କଣ୍ଟାମାଲ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଠାରେ ପ୍ରଧାନଶିକ୍ଷକ ଗୋବିନ୍ଦ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ଉଦ୍ଧବ ମହାଲିକ ଯୋଗ ଦେଇଥିବା ବେଳେ ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡା ସଂଗଠନର ସମ୍ପାଦକ ପଞ୍ଚାନନ ପ୍ରଧାନ ବିବରଣୀ ପ୍ରଦାନ କରିବା ସହ ସ୍କୁଲ କ୍ରୀଡ଼ାର ବିକାଶ ପାଇଁ ପ୍ରଚେଷ୍ଟା ସବୁବେଳେ ଜାରି ରହିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଖେଳ ଶିକ୍ଷକ ଅରୁଣ ଖଟୁଆ, ଭୁବନ ନାଏକ, ଆଦିତ୍ୟ ଦାସ, ସୁଦାମ ମିଶ୍ର ପ୍ରମୁଖ ଖେଳ ଶିକ୍ଷକ ସହଯୋଗ କରିଥିଲେ। ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୩୩୦ ଜଣ ଛାତ୍ରଛାତ୍ରୀ ଓ ଗାଇଡ଼ ଶିକ୍ଷକ ଯୋଗ ଦେଇଥିଲେ। କୃତି ଛାତ୍ରଛାତ୍ରୀ ମାନେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁଥିବା ଜିଲା ସ୍ତରୀୟ କ୍ରୀଡା ପ୍ରିଯୋଗିତାରେ ଭାଗ ନେବେ ବୋଲି ଜଣାଯାଇଛି।