ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଭାଟକୁମରଡାରେ ଥିବା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ପୁରୁଷୋତ୍ତମପୁର ପଂଚାୟତ ସମିତି ଅଧ୍ୟକ୍ଷା ପିଙ୍କି ବେହେରା ଯୋଗଦେଇ ଥିଲେ |ଏହା ସହିତ ସମ୍ମାନୀତ ଅତିଥି ଭାବେ ପୁରୁଷୋତ୍ତମପୁର ବିଡ଼ିଓ ଶ୍ରୀ ମନୋଜ କୁମାର ନାୟକ, ପୁରୁଷୋତ୍ତମପୁର ତହସିଲଦାର ସୁଶ୍ରୀ ଲୋପାମୁଦ୍ରା ରଥ, ଭାଟକୁମରଡା ସରପଞ୍ଚ ମନମୋହିନୀ ପଲାଇ, ସମିତି ସଭ୍ୟ କୋରାନାଥ ସ୍ୱାଇଁ ଯୋଗ ଦେଇଥିଲେ |

ବିଡ଼ିଓ ପିଲା ମାନଙ୍କୁ ନିଜ ପାଠ ପଢା ସହ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେଇଥିଲେ ଏବଂ ଟେକ୍ନୋଲୋଜିର ସଦୁପଯୋଗ କରି ମାନବ କଲ୍ୟାଣ କିପରି କରାଯାଇପାରିବତା ବିଷୟରେ ଆହ୍ୱାନ ଦେଇଥିଲେ | ତହସିଲଦାର ପିଲାମାନଙ୍କୁ ନିଜର ଅନ୍ତର୍ନିହିତ ଗୁଣାବଳୀ ଓ ଦକ୍ଷତାର ବିକାଶ କରିବା ପାଇଁ ଶିକ୍ଷକ ମାନଙ୍କର ସାହାଯ୍ୟ ନେବା ପାଇଁ ଉତ୍ସାହିତ କରିଥିଲେ | ମୁଖ୍ୟ ଅତିଥି ପିଲାଙ୍କୁ ବିଦ୍ୟାଦାନ ସହ ସତ ଚରିତ୍ର ଗଠନ କିପରି ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ |

ଏହା ପରେ କିଛି କୃତି ପ୍ରତିଯୋଗୀ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ସଂଯୋଜନା କରିଥିଲେ |ମଞ୍ଚ ପରିଚାଳନା ଶ୍ରୀମତୀ ରୋଜି ମିଶ୍ର କରିଥିଲେ | ଶେଷରେ ଶ୍ରୀମତୀ ଅଙ୍କିତା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.