୨୨ରେ ବିଗୁଲ୍ ଟିଭିର ନୂଆଁଖାଇ ଭେଟଘାଟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ଅଗ୍ରଣୀ ୟୁ ଟ୍ୟୁବ୍ ଚ୍ୟାନେଲ ବିଗୁଲ ଟିଭିର ନୂଆଁଖାଇ ଭେଟଘାଟ-୨୦୨୪ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ପଏଁରୀ ସଭାଗୃହ ଠାରେ ଏ ଉତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ବିଗୁଲ୍ ଟିଭିର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ଚେନେଲ୍ର ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପ ସଭାପତି ବଣ୍ଟୁ ଅଗ୍ରୱାଲା, ପ୍ରୋଗ୍ରାମ ଡାଇରେକ୍ଟର ଚୌଧୁରୀ ବିଭାର ମଞ୍ଚାସୀନ ରହି ସାଧାରଣ ଜନତାଙ୍କ ସମସ୍ୟାକୁ ଜିଲ୍ଲା ତଥା ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପନା କରି ଖୁବ୍ କମ୍ ବର୍ଷରେ ଲକ୍ଷାଧିକ ଦର୍ଶକଙ୍କ ମଧ୍ୟରେ ଆଦୃତ ଲାଭ କରି ଥିବା ଏହି ଚେନେଲର ଆହୁରି ସଫଳତା କାମନା କରୁଛୁ ବୋଲି ମତ ପ୍ରକାଶ କରି ଏହି ଉତ୍ସବର ଆହୁରି ସଫଳ କାମନା କରିଥିଲେ। ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ସମାଜସେବୀ ଲଡ଼ୁ କିଶୋର ମଲ୍ଲିକଙ୍କ ସମେତ ଉପସ୍ଥିତ ଚେନେଲ୍ ବୋର୍ଡର ବରିଷ୍ଠ ସଦସ୍ୟ ଆନନ୍ଦ ପାତ୍ର, ଶାନ୍ତନୁ ବାଗ, ସରୋଜ ପଧାନ, ଦେବାଶିଷ ପଟ୍ଟନାୟକ ଉତ୍ସବର ସଫଳତା ପାଇଁ ଓ ସମସ୍ତ ସହଯୋଗ ପାଇଁ ବିଭିନ୍ନ ମତ ରଖିଥିଲେ। ଆସନ୍ତା ୨୨ ତାରିଖ ରବିବାର ଦିନ ନୂତନ ଟାଉନ ହଲ ଠାରେ ହେବାକୁ ଥିବା ଵିଗୁଲ ଟିଭିର ଉତ୍ସବରେ ଜିଲ୍ଲା ତଥା ରାଜ୍ୟର ବହୁ ପ୍ରଶାସକ ଓ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅପରାହ୍ନ ୩ ଟା ରୁ ରାତି ୧୦ ଟା ଯାଏଁ ସମ୍ବଲପୁରୀ ନାଚ ଗୀତ ଓ ଫେଶନ୍ ସୋ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଧିତ କାର୍ଯକ୍ରମ ରହିଥିବା ବିଷୟ ଚେନେଲ୍ ହେଡ୍ ଶ୍ରୀ ମିଶ୍ର ଓ କଲ୍ଚରାଲ ଡାଇରେକ୍ଟର ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.