ହାତୀବନ୍ଧାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ସରକାରୀ ଉଚ୍ଚ ବିଦ୍ୟାଳୟ, ହାତୀବନ୍ଧା ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ସଭାରେ ସିନାପାଲି ବ୍ଲକ ସାଇନସ ଫୋରମ ସଭାପତି କୈଳାଶ ଚନ୍ଦ୍ର ଦାସ, ସମ୍ପାଦକ ମନୋରଞ୍ଜନ ମେହେର, ସ୍ଥାନୀୟ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେର, ମୁକ୍ତେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ଯକ୍ରମର ବିଚାରକ ଭାବରେ ଦୁଲ୍ଲଭ ମେହେର ଓ ଟଙ୍କଧର ସାହୁ ଉପସ୍ଥିତ ଥିଲେ। ଶିକ୍ଷକ ରୂପେଶ କୁମାର ମେହେର ମଂଚ ପରିଚାଳନା କରିଥିଲେ। ଆସନ୍ତା ସୋମବାର ନୂଆପଡ଼ା ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଇନସ ସେମିନାର ନିମନ୍ତେ ସିଙ୍ଗଝର ଉଚ୍ଚ ବିଦ୍ଯାଳୟର ଛାତ୍ରୀ ଗଜେଂଦ୍ରୀ ତାଣ୍ଡି, ହାତୀବନ୍ଧା ଉଚ୍ଚ ବିଦ୍ଯାଳୟର ଛାତ୍ରୀ ଅନନ୍ୟା ଜେନା, ଗଣ୍ତାବାହାଲୀ ଉଚ୍ଚ ବିଦ୍ଯାଳୟର ଛାତ୍ର ସାହିଲ ମେହେରଙ୍କୁ ବିଚାରକ ମାନେ ମନୋନୀତ କରିଥିଲେ। ଆଜିର କାର୍ଯ୍ଯକ୍ରମ ପରିଚାଳନାରେ ସୁବାଷ ମେହେର, ନିପେନ୍ଦ୍ର ବାଗ, ପ୍ରିତିଶ ପ୍ରଧାନ, ଚନ୍ଦ୍ରମଣି ମେହେର, ଅନିଲ ମେହେର, ହିମାଦ୍ରି ମେହେର ପ୍ରମୁଖଙ୍କ ସହ ହାତୀବନ୍ଧା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅନ୍ଯ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.